ମହଙ୍ଗା ପଡିଲା କମେନ୍ଟ ମରା | ଗୋଡାଇ ଗୋଡାଇ ରୋଡ଼ ରୋମିଓକୁ ନିଁସ୍ତୁମ ମାଡ଼ ମାରିଲେ କଲେଜ ଛାତ୍ରୀ | ନିତିଦିନିଆ ରୋଡ଼ରୋମିଓର କମେଣ୍ଟ ମରାକୁ ନେଇ ଅତିଷ୍ଠ ହୋଇ ଛେଚିଛନ୍ତି କଲେଜ ଛାତ୍ରୀମାନେ । ବାରିପଦା ଷ୍ଟାଡିୟମ ଗୋଲେଇ ନିକଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ | ଶ୍ରୀମା ମହିଳା ମହାବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ଜଣେ ରୋଡ ରୋମିଓ ଅନେକ ସମୟରେ କମେଣ୍ଟ ମାରି ଆସୁଥିଲେ | ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିଲେ ପୀଡିତ ଯୁବତୀ | କିନ୍ତୁ ଏଥିରେ ଅତିଷ୍ଠ ହୋଇ ନିଜ ସହକର୍ମୀ ମାନଙ୍କ ସହ ମିଶି କମେଣ୍ଟ ମାରିବା ବେଳେ ଅଚାନକ ଆକ୍ରମଣ କରିଥିଲେ ଛାତ୍ରୀମାନେ | ତେବେ ଏଭଳି ସ୍ଥିତିରେ ଅପ୍ରସ୍ତୁତ ରୋଡ ରୋମିଓ ବହେ ଛେଚା ଖାଇ ଆତ୍ମରକ୍ଷା କରିବାକୁ ସେଠାରୁ ଦୌଡ଼ି ପଳେଇ ଏକ ସରକାରୀ ଅଫିସ ଟୟଲେଟରେ ଲୁଚିଥିଲେ ବି ଛାଡିନଥିଲେ ଛାତ୍ରୀମାନେ । ପିଛାକରି ଲୁଚିଥିବା ସ୍ଥାନରୁ ବାହାରକୁ ଆଣି ପୁଣି ଛେଚି ଥିଲେ । ତେବେ ଏନେଇ ଟାଉନ ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ରୋଡ଼ରୋମିଓକୁ ଥାନାକୁ ନେଇଆସିଥିଲେ । ପରେ ପିଡିତା ଛାତ୍ରୀଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରିବା ସହିତ ଯୁବକକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଯୁବକ ସହରତଳି ତେନ୍ତୁଳିଡ଼ିଙ୍ଗା ଅଞ୍ଚଳର ତାରଜନ ଘଡେଇ । ଅନ୍ୟପଟେ ଯୁବକର ଏଭଳି ବ୍ୟବହାରକୁ ନିନ୍ଦା କରାଯାଉଥିବା ବେଳେ ସାହସ ସଞ୍ଚୟ କରି ମୁକାବିଲା କରିଥିବାରୁ ସବୁରି ମୁହଁରେ ଛାତ୍ରୀମାନଙ୍କ ପ୍ରଶଂସା କରାଯାଉଥିବା ଦେଖିବାଜୁ ମିଳିଛି |

LEAVE A REPLY

Please enter your comment!
Please enter your name here