ରାଗିଗଲେ ସାଂସଦ । ମଞ୍ଚଉପରେ କର୍ମୀଙ୍କୁ ଚାପୁଡା ମାରିଲେ ସାଂସଦ । ଗଜପତି ପାରଳେଖାମୁଣ୍ଡିରେ ଅନୁଷ୍ଠିତ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରୀଣି ବୈଠକରେ ଜଣେ କର୍ମୀଙ୍କୁ ଚାପୁଡା ମାରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ସାଂସଦ ଚାପୁଡା ମାରିଲେ ତାହାର କାରଣ ଜଣା ପଡିନାହିଁ । ଘଟଣା ଘଟିବା ବେଳେ ସ୍ଥାନୀୟ ସ୍ଥାନୀୟ ବିଜେଡି ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେପଟେ ଚାପୁଡା ମାରିବା ଘଟଣାକୁ ଖଣ୍ଡନ କରିଛନ୍ତି କର୍ମୀ ସଂଗ୍ରାମ ସାହୁ ।

LEAVE A REPLY

Please enter your comment!
Please enter your name here