ଆରଟିଓକୁ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବାକୁ ପ୍ରୟାସ । ଏଣିକି ଆଞ୍ଚଳିକ ପରିବହନ ଅଫିସରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ତଥା ଘରୋଇସେବା ଯୋଗାଣକାରୀ ସଂସ୍ଥାର କର୍ମଚାରୀ ପରିଚୟ ପତ୍ର ଧରଣ କରିବା ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ ରଙ୍ଗର ବ୍ୟାଣ୍ଡ ପିନ୍ଧିବେ । ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ଆରଟିଓରେ ଥିବା ଦୁର୍ନିତିଗସ୍ତ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଅନ୍ୟପଟେ ଗତକାଲି ରାୟଗଡା ଆରଟିଓର ଦୁଇ ଜଣ କିରାଣୀଙ୍କ ସହିତ ୮ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଏହାଛଡା ଚଣ୍ଡିଖୋଲ ପରିବହନ କାର୍ଯ୍ୟାଳୟରୁ ୯ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି । ଗତକାଲି ସାରା ରାଜ୍ୟରେ ୩୧ ଜଣ ଆରଟିଓ ଦଲାଲ ଓ ୯ ଜଣ ମେଡିକାଲ ଦଲାଲକୁ ଗିରଫ କରାଯାଇଛି

LEAVE A REPLY

Please enter your comment!
Please enter your name here