ପିଆଜ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର । ପିଆଜର ଦର ବୃଦ୍ଧି ରୋକିବା ପାଇଁ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ପିଆଜ ରପ୍ତାନୀ ଉପରେ ଆଇନ ସଂଶୋଧନ କରିଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତର ରହିବ ଏବଂ ପିଆଜର ରପ୍ତାନୀ ବନ୍ଦ ରହିବ । ଏହା ପୂର୍ବରୁ ସରକାର ପିଆଜ ଦରକୁ କାବୁ କରିବା ପାଇଁ ପରୋକ୍ଷ ଭାବେ ରୋକ ଲଗାଇ ଏହାର ନ୍ୟୁନମତ ରପ୍ତାନୀ ମୂଲ୍ୟ 850 ଡଲାର ପ୍ରତି ଟନ ଘୋଷଣା କରିଥିଲେ ।

ଗତ କିଛି ଦିନ ଭିତରେ ଆକାଶ ଛୁଆଁ ହୋଇଛି ପିଆଜ ଦର । ଦେଶର ଅଧିକାଂଶ ମହାନଗରରେ 20ରୁ 30 ଟଙ୍କା ପ୍ରତି କିଲୋରୁ ବଢି 60ରୁ 80 ଟଙ୍କାରେ ପହଞ୍ଚିଛି । କିଛି ଦିନ ପୂର୍ବେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମ ବିଳାସ ପାସୱାନ ଗ୍ରାହାକଙ୍କୁ ଆଶ୍ୱସ୍ତି ଦେଇ କହିଥିଲେ ଯେ ସରକାରଙ୍କ ପାଖରେ ପିଆଜର ପର୍ଯ୍ୟାପ୍ତ ଷ୍ଟକ ମହଦୁଜ ଅଛି । ସମସ୍ତଙ୍କୁ 24 ଟଙ୍କା ପ୍ରତି କିଲୋ ଦରରେ ପିଆଜ ଯୋଗାଯିବ । କେନ୍ଦ୍ର ବର୍ତ୍ତମାନ ସୁଦ୍ଧା ତ୍ରିପୁରାକୁ 1,850 ଟନ, ହରିୟାଣାକୁ 2,000 ଟନ ଏବଂ ଆନ୍ଧ୍ର ପ୍ରଦେଶକୁ 960 ଟନ ପିଆଜ ତତ୍କାଳ 15.59 ଟଙ୍କା ପ୍ରତିକିଲୋ ଦରର ଯୋଗାଇଛନ୍ତି । ଯାହା ସର୍ବାଧିକ 23.90 ଟଙ୍କା ପ୍ରତି କିଲୋ ଦରରେ ଗ୍ରାହାକଙ୍କୁ ଯୋଗାଯିବ । ଏହାପରେ ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ରଠାରୁ କମ ଦରରେ ପିଆଜ ଯୋଗାଇବାକୁ ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here