ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସର ଦିଲ୍ଲୀପ ପଣ୍ଡା | ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ | ତିନି ପ୍ରମୁଖ ଦଳର ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ | ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ଦଳ ପ୍ରାର୍ଥୀଭାବେ ଚୟନ କରିଥିବା ବେଳେ କଂଗ୍ରେସର ଦିଲ୍ଲୀପ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି | ରିଟର୍ଣ୍ଣିଙ୍ଗ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ଦିଲ୍ଲୀପ ପଣ୍ଡା | ଦୁଇ ପୁରୁଣା ମୁହଁ ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆଙ୍କ ସହ କଂଗ୍ରେସର ନୂଆ ମୁହଁ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ମୁକାବିଲା ହେବ । ଆସନ୍ତା ୨୧ ତାରିଖରେ ଭୋଟ୍ ଗ୍ରହଣ ଓ ୨୪ ତାରିଖରେ ଭୋଟ୍ ଗଣତି ହେବ ।
ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ଲଢ଼ି ବିଜୟୀ ହାସଲ କରିଥିଲେ | ତେବେ ମୁଖ୍ୟମନ୍ତ୍ରୀ ଦୁଇଟି ଆସନ ହିଞ୍ଜିଳି ଓ ବିଜେପୁରରୁ ଛିଡା ହୋଇ ବିଜୟ ହାସଲ କରିଥିବା ବେଳେ, ପରେ ବିଜେପୁର ଆସନ ଛାଡ଼ିଥିଲେ |

LEAVE A REPLY

Please enter your comment!
Please enter your name here