ନବେ ଦଶକର ବଲିଉଡ୍ ସିନେ ଜଗତର ପ୍ରସିଦ୍ଧ ଏବଂ ଲୋକପ୍ରିୟ କଳାକାର ବିଜୁ ଖୋଟେଙ୍କ ଦେହାନ୍ତ | ସୋମବାର ସକାଳ ୬.୫୫ ମିନିଟରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ସେ ଦୀର୍ଘ ଦିନ ଧରି ରୋଗାଗ୍ରସ୍ତ ଥିବା କାରଣରୁ ସିନେମା ଜଗତରୁ ଦୁରେଇ ଯାଇଥିଲେ | ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା | ତାଙ୍କ ଦେହାନ୍ତ ଖବର ବଲିଉଡ୍ ଜଗତରେ ଶୋକର ଛାୟା ଖେଳାଇଦେଇଛି | ୧୯୬୪ ମସିହାରେ ସିନେ ଜଗତରେ ପାଦ ଥାପିଥିଲେ ବିଜୁ ଖୋଟେ । ‘ଶୋଲେ’ ରେ ‘କାଲିଆ’ ଆଇକନିକ୍ ଚରିତ୍ରରେ ନଜର ଆସିଥିବା ବିଜୁ ଖୋଟେ ନିଜର ଗୋଟିଏ ଡାଇଲଗ୍ ପାଇଁ ଘରେ ଘରେ ପରିଚିତ ହୋଇଥିଲେ । ଏମିତିକି ନିଜ ନାଁରେ ସେ ଯେତେ ପରିଚିତ ନୁହଁନ୍ତି କାଲିଆ ନାଁରେ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ । ସେ ଅନେକ ମରାଠୀ ଏବଂ ହିନ୍ଦି ଫିଲ୍ମରେ କାମ କରିସାରିଛନ୍ତି । ଶୋଲେ ସିନେମାକୁ ଛାଡିଦେଲେ ନବେ ଦଶକର ଆଉ ଏକ କମେଡି ସିନେମା ‘ଅନ୍ଦାଜ୍ ଅପନେ ଅପନେ’ ରେ ତାଙ୍କ ଅଭିନୟ ପାଇଁ ଖୁବ୍ ପ୍ରଶଂସା କରାଯାଏ ।

LEAVE A REPLY

Please enter your comment!
Please enter your name here