ଖଣି ନିଲାମ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି | ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଖଣିକୁ ନେଇ ହେବ ନିଲାମ | ଅନଲାଇନ୍ ମାଧ୍ୟମରେ ନିଲାମ କରାଯିବ | ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି | ବିଜ୍ଞପ୍ତି ଅନୁସାରେ ନୂଆଗାଁ, ଠାକୁରାଣୀ, ଜଲିଙ୍ଗ-ଲଙ୍ଗାଲୋଟା, ଜରିବାହାଲ, ରୋଇଡା-୨, ଜୁରୁରୀ ଓ ଗାଣୁଆ- ସାତଟି କେବଳ ଲୁହା ପଥର ବ୍ଲକ ରହିଥିବା ବେଳେ ୩ଟି ଲୁହା ଓ ମାଙ୍ଗାନିଜ୍ ବ୍ଲକ ହେଉଛି ନାରାୟଣପୋଷୀ, ସିଲ୍ଜୋରା-କାଲିମାଟି ଓ ମହୁଲଶୁଖା । ଏହିସବୁ ଖଣି ନିଲାମ ପାଇଁ ପ୍ରଥମେ ଟେଣ୍ଡର ଆହ୍ବାନ କରାଯାଇଛି | ଟେଣ୍ଡର ଫି ବାବଦରେ ୫ ଲକ୍ଷ ଟଙ୍କା ଲେଖାଏଁ ଫି ଆବେଦନକାରୀଙ୍କୁ ଦାଖଲ କରିବାକୁ ପଡ଼ିବ | ନଭେମ୍ବର ୧୫ ତାରିଖରୁ ୧୮ ତାରିଖ ଭିତରେ ଟେଣ୍ଡର ପକାଇବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି | ଖଣି ନିଲାମି ବିଷୟରେ ବିସ୍ତୃତ ବିବରଣୀ ପାଇଁ ଏମଏସଟିସି ଲିମିଟେଡ ଵେବସାଇଟକୁ ଲଗ୍ ଇନ୍ କରି ଆବେଦନ ଫର୍ମ ଡାଉନଲୋଡ କରିବାକୁ ପଡିବ | ଏନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଜଣାଇ ଦିଆଯାଇଛି |

LEAVE A REPLY

Please enter your comment!
Please enter your name here