ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା । ଦୀର୍ଘଦିନରୁ ଜନନୀ ସୁରକ୍ଷା ପାଇଁ ୧୦୨ ଆମ୍ବୁଲାନ୍ସ ପ୍ରଚଳିତ ଥିଲେ ସୁଦ୍ଧା ଗାଁକୁ ରାସ୍ତା ନଥିବାରୁ ପୁଣି ଜଣେ ଗର୍ଭବତୀ ଭାରରେ ବୁହା ହୋଇ ମେଡ଼ିକାଲ ଯାଇଛନ୍ତି । ଏପରି ଘଟଣା ଘଟିଛି ରାୟଗଡ଼ାରେ । ଜିଲ୍ଲା ମୁନିଗୁଡ଼ା ବ୍ଲକ କଟାଙ୍ଗ ଗାଁକୁ ରାସ୍ତା ଖଣ୍ଡେ ନଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ତେଣୁ ଅନ୍ୟ ଉପାୟ ନଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ଜଣେ ଗର୍ଭବତୀଙ୍କୁ ୭କିମି ଯାଏଁ ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ନେଇଥିଲେ । ୭କିମି ପରେ ମୁଖ୍ୟ ରାସ୍ତାରୁ ଆମ୍ବୁଲାନ୍ସରେ ତାଙ୍କୁ ଅମ୍ବାଦଳା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରସବ ପରେ ବର୍ତ୍ତମାନ ପ୍ରସୂତୀ ଓ ନବଜାତ ଶିଶୁପୁତ୍ର ସୁସ୍ଥ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here