ମା ମାଣିକେଶ୍ୱରୀଙ୍କ ଆଦିପୀଠ ଧୁଆମୂଳ ରାମପୁରରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଛତର ଯାତରା । ପରଂପରା ଅନୁଯାୟୀ ମହାଷ୍ଟମୀ ମଧ୍ୟରାତ୍ରିରେ ସନ୍ଧିପୂଜା ହେବା ପରେ ସକାଳେ ଛତର ଯାତରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପ୍ରଥମେ ଜେନାଖାଲରେ ପୂଜାର୍ଚ୍ଚନା ପରେ ମାଙ୍କ ପାଖରେ ମାନସିକଧାରୀମାନେ ବଳି ପକାଇଥାନ୍ତି । ହଜାର ହଜାର ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ପାଇଁ ଫଳମୂଳ, ଧୂପଦୀପ, ନୈବେଦ୍ୟ ଅର୍ପଣ କରିଥାନ୍ତି । ତେବେ ବହୁ ମାନସିକଧାରୀ ଛତର ଯାତରାରେ ମାଙ୍କ ପାଖରେ ପଶୁବଳୀ ଦେଇଥାନ୍ତି । ଦେବୀପୀଠରେ ପଶୁବଳୀକୁ ନିଷେଧ କରାଯାଇଥିଲେ ହେଁ ପରଂପରା ଅନୁଯାୟୀ ବଳି ପ୍ରଥା ଅବ୍ୟାହତ ରହିଛି । ଶହ ଶହ ପଶୁବଳୀ ରକ୍ତରେ ଦେବୀପୀଠ ରକ୍ତ ରଞ୍ଜିତ ହୋଇଯାଇଥାଏ । ହଜାର ହଜାର ଶ୍ରଦ୍ଧାଳୁ ଛତର ଯାତରା ଦେଖିବା ପାଇଁ ମାଣିକେଶ୍ୱରୀଙ୍କ ଆଦିପୀଠକୁ ଆସିଥାନ୍ତି ।

LEAVE A REPLY

Please enter your comment!
Please enter your name here