ଆସିଛି ପାର୍ବଣ .ଚାରିଆଡେ ପାର୍ବଣର ମହ ମହ ବାତ୍ସ୍ନା. ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା. ଯୁଗେ ଯୁଗେ ପାପର ବିନାଶ ପାଇଁ ଦେବୀ ଏମିତି ଧରାପୃଷ୍ଠକୁ ଅବତରଣ କରନ୍ତି. ଆଉ ମାଙ୍କୁ ସ୍ବାଗତ କରିବା ପାଇଁ ସବୁଠି ସ୍ବାଗତର ସମ୍ଭାର. ଆଲୋକମାଳାରେ ଝଲସୁଛି ଗାଁ ଠୁ ସହର. ଧୂପ ଦୀପ ସୁଗନ୍ଧରେ ମହକୁଛି ଦେବୀପୀଠ.
ଘଣ୍ଟଘଣ୍ଟା ମନ୍ତ୍ର ଉଚ୍ଚାରଣ ଭିତରେ ପୂଜା ମଣ୍ଡପରେ ମାଙ୍କୁ ଆବାହନ କରାଯାଇଛି. ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ମା ମଣ୍ଡପରେ ପୂଜା ପାଇବେ. ମହାମାୟା ମହିଷା ମର୍ଦ୍ଧିନୀ ଦେବୀ ଦୁର୍ଗା ଦୁଷ୍ଟ ବିନାଶନ ପାଇଁ ଏମିତି ରୂପ ଧାରଣ କରିଥାନ୍ତି. ଆଉ ଜଗତଜନନୀ ମାଙ୍କ ଆଶୀର୍ବାଦ ନେବା ପାଇଁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି.
ପୂଜା ମଣ୍ଡପକୁ ବେଶୀ ଆକର୍ଷଣୀୟ କରିଛି ଭଳିକି ଭଳି ସୁଉଚ୍ଚ ତୋରଣ. ରଙ୍ଗୀନ ଆଲୋକମାଳା. ମା ଆସିଛନ୍ତି ବୋଲି ଆୟୋଜକମାନେ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି. ଖାଲି ମାଆଙ୍କ ଆଶୀର୍ବାଦ ନୁହେଁ, ସବୁ ପୂଜା ମଣ୍ଡପ ନିକଟରେ ଦେଖିବାକୁ ମିଳୁଛି ମେଳାର ପସରା.

LEAVE A REPLY

Please enter your comment!
Please enter your name here