ଧରାବତରଣ କରିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ । ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି କେନ୍ଦ୍ରାପଡା ସହର । ଯେଉଁଆଡେ ଚାହିଁଲେ ସୁନ୍ଦର ଆଲୋକମାଳାରେ ଝଲସୁଛି ପୁରା ସହର । ସଂନ୍ଧ୍ୟା ହୋଇଗଲେ ଚିକିମିକ ଆଲୋକରେ ଆଖି ଖୋସି ହୋଇଯାଉଛି । ପୂଜାମଣ୍ଡପ ଗୁଡିକ ମଧ୍ୟ ଆକର୍ଷଣୀୟ ଭାବେ ସଜାଯାଇଛି । ମାଙ୍କ ଦର୍ଶନ ପାଇଁ ମଣ୍ଡପ ଗୁଡିକରେ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ଚଳିତବର୍ଷ ସହରରେ ୬୮ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ । ସେହିପରି ସହର ଉପକଣ୍ଠରେ ୫୦ରୁ ଅଧିକ ମଣ୍ଡପରେ ମା ପୂଜା ପାଉଛନ୍ତି । ବିଳମ୍ବିତ ରାତିରେ ନୀତିକାନ୍ତି ପରେ ମା’ଙ୍କୁ ଚକ୍ଷୁଦାନ ଶେଷ ହୋଇଛି । ତେବେ କୁମାର ପୂର୍ଣ୍ଣିମାଠୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜା ୭ଦିନ ଧରି ଚାଲେ । ଆଉ ବେଶ୍ ଜାକଜକମରେ ମାଙ୍କୁ ମେଲାଣି ଦିଆଯାଏ । ପୂଜାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ବ୍ୟୁରୋ ରିପୋର୍ଟ ତକ୍ଷକ ନ୍ୟୁଜ୍

LEAVE A REPLY

Please enter your comment!
Please enter your name here