ପୁଣି ଚିକିତ୍ସାରେ ସାଂଘାତିକ ଅବହେଳା ଅଭିଯୋଗ । ୩ ବର୍ଷର ଛୁଆକୁ ଇଞ୍ଜେକ୍ସନ ଦେବାବେଳେ ନର୍ସଙ୍କ ଦାୟିତ୍ୱହୀନତାରୁ ପିଚାରେ ରହିଗଲା ସିରିଞ୍ଜର ଭଙ୍ଗା ଛୁଞ୍ଚି । ଅନୁଗୋଳ ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଅଭିଯୋଗ ଅନୁଯାୟୀ, ଆଠମଲ୍ଲିକ ବ୍ଲକ ମୋହନଖଳି ଗାଁର ସୀତାକାନ୍ତ ପଣ୍ଡାଙ୍କ ୩ ବର୍ଷର ପୁଅ ସ୍ୱୟଂଜିତକୁ ଜ୍ୱର ହୋଇଥିବାରୁ ତାକୁ ମାଧପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ମେଡିକାଲର ଏକ ନର୍ସ ପିଲାର ପିଚାରେ ଏକ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଛୁଞ୍ଚିଟି ଭାଙ୍ଗି ପିଚାରେ ରହିଯାଇଥିବା ଜଣାପଡିଛି । କିଛିଦିନ ପରେ ପୀଡା ହେବାରୁ ପିଲାଟିକୁ ତାଙ୍କ ବାପା ମେଡିକାଲକୁ ଆଣି ଏନେଇ ପରାମର୍ଶ କରିବାରୁ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ ଆଣ୍ଟି ବାୟୋଟିକ ଦିଆଯାଇଥିବାରୁ ପୀଡା ହେବ । ହେଲେ ଆଜି ସକାଳୁ ପିଲାଟିର ଗୁପ୍ତାଙ୍ଗ ତଳୁ ଛୁଞ୍ଚିଟି ବାହାରିପଡିଛି । ଏବେ ପିଲାଟିକୁ ଅଧିକ ଚିକିତ୍ସା ପାଇଁ ବୌଦ୍ଧ ମେଡିକାଲକୁ ନେଉଛନ୍ତି ପରିବାର ଲୋକେ । ତେବେ ଏଭଳି ଅଭିଯୋଗକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here