ଖଲ୍ଲିକୋଟ କଲେଜକୁ ରାଜ୍ୟ ସରକାର ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ପୂର୍ବରୁ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଅଧୀନରେ ଏହା କାର୍ଯ୍ୟ କରୁଥିଲା । ଏହାଦ୍ବାରା ଦକ୍ଷିଣ ଓଡିଶାବାସୀଙ୍କ ବହୁଦିନର ସ୍ବପ୍ନ ପୁରା ହୋଇଛି । ଓଡିଶାର ଏକ ପ୍ରାଚୀନ ଓ ଖ୍ୟାତିସଂପନ୍ନ ଶିକ୍ଷାନୁଷ୍ଠାନ ଭାବେ ଖଲ୍ଲିକୋଟ କଲେଜର ନାଁ ରହିଛି । ଏହି ଶିକ୍ଷାନୁଷ୍ଠାନର ଅନେକ ପୁରାତନ ଛାତ୍ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ବାରା ଦକ୍ଷିଣ ଓଡିଶାରେ ଶିକ୍ଷାର ବିକାଶ ଓ ଗବେଷଣା କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା ।

LEAVE A REPLY

Please enter your comment!
Please enter your name here