ବିଗ୍ ବି ଅମିତାଭ ବଚ୍ଚନ ଅସୁସ୍ଥ । ଗତ ମଙ୍ଗଳବାର ଠାରୁ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୁମ୍ବାଇର ନାନାବତି ହସ୍ପିଟାଲରେ ତାଙ୍କର ଚିିକିତ୍ସା ଚାଲିଛି । ଲିଭର ଜନିତ ସମସ୍ୟା ଯୋଗୁଁ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ସୁଚନା ମିଳିଛି । ତେବେ ଏହା ତାଙ୍କର ରୁଟିଙ୍ଗ ଚେକିଙ୍ଗ ବୋଲି ଜଣାପଡିଛି । ଆସନ୍ତା ରବିବାର ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସୁଚନା ରହିଛି । ୧୯୮୨ ମସିହାରେ ଫିଲ୍ମ କୁଲିର ସୁଟିଂ ବେଳେ ବିଗ୍ ବି ଆହତ ହୋଇଥିଲେ । ଏହାପରେ ତାଙ୍କର ଲିଭର ଜନିତ ସମସ୍ୟା ଦେଖାଦେଇଥିଲା ।