ବିଜେପୁରରେ କିଏ ମାରିବ ବାଜିମାତ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା | ମତଦାତାମାନେ ନିଜ ପସନ୍ଦର ନେତା ବାଛି ସାରିଛନ୍ତି | ଏବେ ଅପେକ୍ଷା ଫଳାଫଳକୁ | ତେବେ ଆସନ୍ତା ୨୪ରେ ଜଣାପଡ଼ିବ କିଏ ଜିତିଲା ବିଜେପୁର ବାଜି | ୫ ପ୍ରାର୍ଥୀଙ୍କ ଭାଗ୍ୟଫଳ ଇଭିଏମ୍ ରେ ସିଲ ହୋଇରହିଛି | ୨୪ ତାରିଖ ସକାଳ ୮ଟାରେ ଆରଏମସି ପଦ୍ମପୁରରେ ହେବ ଗଣତି | ଭୋଟ୍ ଗଣତି ପାଇଁ ୧୪ଟି କାଉଂଟି ଟେବୁଲ ରହିବ | ଏଥିପାଇଁ ୧୦୩ ଜଣ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ |
ସୂଚାନଯୋଗ୍ୟ, ଗତ ଦୁଇ ବର୍ଷ ମଧ୍ୟରେ ବିଜେପୁର ବାସି ତିନି ତିନି ଥର ନିର୍ବାଚନର ସମ୍ମୁଖୀନ ହେଲେଣି | ପ୍ରତି ଥର ପରି ଏହି ଥର ମଧ୍ୟ ବିଜେପୁରବାସୀଙ୍କ ମଧ୍ୟରେ ସମାନ ଜୋଶ ଦେଖିବାକୁ ମିଳିଥିଲା | ଏଥର ୭୯ ଦଶମିକ ୧୭ ପ୍ରତିଶତ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି | ସାଧାରଣ ନିର୍ବାଚନଠାରୁ ଏହି ମତଦାନ ଅଧିକ ରହିଛି | ମୈଦାନରେ ୫ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ହୋଇଛି | କିନ୍ତୁ ମୁଖ୍ୟ ପ୍ରତିଦ୍ୱନ୍ଦିତା ବିଜେଡିର ରୀତା ସାହୁ ଓ ବିଜେପିର ସନତ ଗଡତିଆଙ୍କ ମଧ୍ୟରେ ହୋଇଥିବା ଦେଖିବାକୁ ମିଳିଥିଲା | କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ପ୍ରଚାର ମୁକାବିଲାରେ ବିଜେଡି ଓ ବିଜେପି ଠାରୁ ବହୁ ପଛରେ ପଡିଯାଇଥିଲେ |

LEAVE A REPLY

Please enter your comment!
Please enter your name here