ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୧୮ ନମ୍ବର ଜାତୀୟ ରାଜପଥର ଆଗରିଆ ନିକଟରେ ଟ୍ରେଲର ଓ ବସ୍ ମଧ୍ୟରେ ମୁହଁମୁହିଁ ଧକ୍କା । ବସ୍ରେ ଥିବା ୪ଜଣ ଯାତ୍ରୀଙ୍କ ମୃତୁ୍ୟ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଚିକିସôା କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବାରିପଦା ଯାଉଥିବା କଳ୍ପନା ବସ ଆଗରିଆ ନିକଟରେ ଏକ ଟ୍ରେଲର ସହ ଧକା ହୋଇଥିଲା । ଟ୍ରେଲରରେ ଲୁହା ବୋଝେଇ ହୋଇଥିବାରୁ ସେଗୁଡିକ ବସ୍ ଭିତରେ ପଶିଯାଇଥିଲା । ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚିବା ସ୍ଥାନୀୟ ଲୋକମାନେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାବେଳେ ବସରେ ପ୍ରାୟ ୨୦ ଜଣ ଯାତ୍ରୀ ଥିଲେ ।

LEAVE A REPLY

Please enter your comment!
Please enter your name here