ଦିଲ୍ଲୀ ସରକାର ଆଜି ମହିଳାଙ୍କୁ ଉପହାର ପ୍ରଦାନ କରିଛି । ଦିଲ୍ଲୀରେ ମହିଳାଙ୍କ ପାଇଁ ଡିଟିସି ବସ୍ ସେବା ମାଗଣା କରାଯିବ । ଅରବିନ୍ଦ କେଜ୍ରିୱାଲଙ୍କ ଫ୍ରି ରାଇଡ ଯୋଜନା ଅନୁଯାୟୀ ଡିଟିସି ସହ ଅନ୍ୟ କ୍ଲଷ୍ଟର ବସ୍ ସେବାକୁ ମହିଳାଙ୍କ ପାଇଁ ମାଗଣା କରାଯାଇଛି । ଗତ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲେ । ମହିଳାଙ୍କୁ ମାଗଣା ସେବା ଯୋଗାଇବା ପାଇଁ ସେମାନଙ୍କୁ ଗୋଲାପି ଟୁକନ ନେବାକୁ ପଡିବ । ଟୋକେନ ନେଲେ କୌଣସି ଶୁକ୍ଳ ଦେବାକୁ ପଡିବ ନାହିଁ ବୋଲି ଜଣାପଡିିଛି ।