୨୯ ଅକ୍ଟୋବର ୧୯୯୯ । ସେଦିନ ଥିଲା ଭୟଙ୍କର ଦିନ । ସୁ ସୁ ଗର୍ଜନ କରି ମାଡି ଆସିଥିଲା ମହାବାତ୍ୟା । ପ୍ରଳୟଙ୍କର ପବନ ଓ ବର୍ଷାର ତାଣ୍ଡବ ଏତେ ଭୟଙ୍କର ଥିଲା ଯେ, ଚାହୁଁ ଚାହୁଁ ଆଖି ଆଗରେ ଦୋହଲି ଯାଇଥିଲା ସବୁ କିଛି । ଭାଙ୍ଗିଯାଇଥିଲା ଘର, ଉପୁଡିଯାଇଥିଲା ବଡ ବଡ ଗଛ । କ୍ଷୟକ୍ଷତିର ଭୟାନକ ଦୃଶ୍ୟ ଦେଖିଥିଲେ ଓଡିଶାବାସୀ । ପ୍ରଳୟ ଏତେ ମାତ୍ରାରେ ହୋଇଥିଲା ଯେ, ଆଜିବି ଯେ କହି ସେଦିନ କଥା ମନେ ପକାଇଲେ ତା ଛାତି ଥରି ଉଠିବ । ପବନ , ବର୍ଷା ସାଙ୍ଗକୁ ଅନ୍ଧାର ରାତି ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା । ବହୁ ଲୋକଙ୍କ ଜୀବନ ଯାଇଥିଲା । ଉଜୁଡି ଯାଇଥିଲା ସ୍ୱପ୍ନର ଘର । ପ୍ରାଣ ହରାଇଥିଲେ ଆପଣାର ବହୁ ଲୋକେ । ସବୁଠୁ ଅଧିକ କ୍ଷତି ହୋଇଥିଲା ଜଗତସିଂହପୁର ଜିଲ୍ଲାରେ । ଏପରିକି ଜିଲ୍ଲାର ଏରସମା ବ୍ଲକରେ ମୃତ୍ୟୁର ତାଣ୍ଡବ ରଚିଥିଲା ମହାବାତ୍ୟା । ଯୁଆଡେ ଚାହିଁବେ ଖାଲି କୁଢ କୁଢ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ମାସ ମାସ ଧରି ସବୁ ଆଡକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ବିଦ୍ୟୁତ ସରବରାହ ଗୋଟିଏ ପ୍ରକାର ଠପ୍ ହୋଇଯାଇଥିଲା । ଓଡିଶା ଦେଖିଥିଲା ସବୁଠୁ ବଡ ବିପର୍ଯ୍ୟୟ । ଏ ମଧ୍ୟରେ ବିତି ଯାଇଛି ୨୦ ବର୍ଷ । ମହାବାତ୍ୟା ପରେ ଫାଇଲିନ୍ , ହୁଡୁହୁଡୁ, ତିତଲି, ଫନି ଭଳି ବାତ୍ୟାକୁ ଦେଖିଛି ଓଡିଶା । କିନ୍ତୁ ମହାବାତ୍ୟାର ଅଭିଗ୍ୟତା ରାଜ୍ୟବାସୀଙ୍କୁ ସତର୍କ ଓ ସଂଘର୍ଷ ଶିଖାଇଦେଇଛି ।

LEAVE A REPLY

Please enter your comment!
Please enter your name here