ପାଶ୍ଚ୍ୟାତ ଦେଶର ନାଗରିକଙ୍କ ତୁଳନାରେ ଭାରତୀୟଙ୍କ ବ୍ରେନ୍ ଆକାରରେ ଛୋଟ । ହାଇଦ୍ରାବାଦ ସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜିରେ ପ୍ରଥମ ଥର ପାଇଁ ଭାରତୀୟ ବ୍ରେନ୍ ଆଟାଲାସ ପ୍ରସ୍ତୁତ କରାଯାଇଛି । ଏହି ଗବେଷଣା ଅନୁଯାୟୀ , ପାଶ୍ଚ୍ୟାତ ଏବଂ ଅନ୍ୟ କିଛି ପୂର୍ବ ଦେଶର ଲୋକଙ୍କ ବ୍ରେନ ତୁଳନାରେ ଭାରତୀୟ ବ୍ରେନ ଉଚ୍ଚତା ଗୋଲେଇ ଏବଂ ଅକାରରେ ଛୋଟ । ନୁରୋଲୋଜି ଇଣ୍ଡିଆ ମାଗାଜିନ୍ରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ଭାରତୀୟ ବ୍ରେନ ଆଟଲାସ ପ୍ରସ୍ତୁତ କରିବା ଲାଗି ମଣ୍ଟ୍ରେଲ ନ୍ୟୁରୋଲୋଜିକାଲ ଆଟାଲାସକୁ ଆଧାର ଭାବେ ନିଆଯାଇଛି । ତେବେ ଗବେଷକଙ୍କ କହିବା କଥା, ବ୍ରେନକୁ ଆଧାର ଭାବରେ ନେଇ ଭାରତୀୟଙ୍କ ବ୍ରେନ ସମ୍ପର୍କିତ ରୋଗର ଗବେଷଣା ବେଶି ସଫଳ ଦେବ ନାହିଁ । ସେଣ୍ଟର ଫର ଭିଜୁଆଲ ଇନଫରମେସନ ଟେକ୍ନୋଲୋଜିର ବୈଗ୍ୟାନିକ ଜୟନ୍ତୀ ଶିବ ସ୍ୱାମୀ କହିଛନ୍ତି ମଣ୍ଟ୍ରିଲ ନ୍ୟୁରୋଲୋଜିକାଲକୁ ଆଧାର ଭାବେ ନେବାବେଳେ ଭାରତୀୟ ବ୍ରେନର ଆକାର ଛୋଟ ବୋଲି ଜଣାପଡିଛି । ଏବେ ସୁଦ୍ଧା ଯେତେ ବ୍ରେନ୍ ଆଟଲାସ ପ୍ରସ୍ତୁତ କରାଯାଇଛି ତାହା ଭିତରେ ଚିନ୍ ଏବଂ କୋରିଆ ବ୍ରେନ୍ ଟେମପ୍ଲେଟ ମଧ୍ୟ ରହିଛି । ଏ ଦିଗରେ ଭାରତୀୟ ବୈଗ୍ୟାନିକ ମାନେ ପ୍ରଥମ ଥର ପାଇଁ ଚେଷ୍ଟା କରିଛନ୍ତି ।