ପୁଣି ଗୁଣି ଗାରେଡି , ଝଡାଫୁଙ୍କା । ସାପ କାମୁଡିଥିବା ବ୍ୟକ୍ତିଙ୍କୁ ଗୁଣିଆ ଝାଡୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଘଟଣାଟି ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଯଶୋଦାପୁର ଗାଁର । ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ଦୂର । ଏହି ଗାଁର ଜଣେ ବ୍ୟକ୍ତିଙ୍କୁ ଗତକାଲି ଏକ ବିଷଧର ସାପ କାମୁଡିଥିଲା । ତେବେ ସେ ସ୍ୱାସ୍ଥ୍ୟକେନ୍ଦ୍ର ଯିବା ପରିବର୍ତ୍ତେ ଗାଁରେ ଜଣେ ଗୁଣିଆ ଡକାଇ ଝଡଫୁୂଙ୍କା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଗୁଣିଆ ଜଣକ ନିମ୍ବ ଡାଳ ସାହାର୍ଯ୍ୟରେ ବ୍ୟକ୍ତିଙ୍କୁ ଝଡାଫୁଙ୍କା ସହିତ ମନ୍ତ୍ର ଉଚ୍ଚାରଣ କରିଥିଲେ । ଏପରିକି ସାପ କାମୁଡିଥିବା ସ୍ଥାନକୁ ବ୍ଲେଡରେ କାଟି ଦେଇଥିଲେ ସମ୍ପୃକ୍ତ ଗୁଣିଆ । ଏସବୁ ପରେ ବି ବ୍ୟକ୍ତି ଜଣକ ଆରୋଗ୍ୟ ହୋଇ ପାରିନଥିଲେ । ବରଂ ଉପଯୁକ୍ତ ଚିକିତ୍ସାରେ ବିଳମ୍ବ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here