ଫେବ୍ରୁଆରୀ ମାସରେ ବ୍ୟାଙ୍କରେ କିଛି କାମ ରଖିଛନ୍ତି କି । ତେବେ ଏବେଠୁ ସବୁ କାମ ସାରି ଦିଅନ୍ତୁ । କାହିଁକି ନା ଫେବ୍ରୁଆରୀ ମାସ ୨୯ ଦିନିଆ ହୋଇଥିବାବେଳେ ଏଥିମଧ୍ୟରୁ ପ୍ରାୟ ୧୨ ଦିନ ବନ୍ଦ ରହିପାରେ ବ୍ୟାଙ୍କ । ଏଭଳି ପରିସ୍ଥିତିରେ ଆପଣଙ୍କ ଦୈନଦିନ ଜୀବନରେ ବ୍ୟାଙ୍କ ବନ୍ଦର ସିଧା ପ୍ରଭାବ ପଡିବାର ସମ୍ଭାବନା ରହିଛି । ତେବେ ବ୍ୟାଙ୍କ ଗୁଡିକର ଦୀର୍ଘଦିନ ଧରି ଧର୍ମଘଟ ଏବଂ ରାଷ୍ଟ୍ରୀୟ ଅବକାଶ କାରଣରୁ ବ୍ୟାଙ୍କ ବନ୍ଦ ରହୁଥିବାବେଳେ ଏହାର ପୂର୍ବ ପ୍ରସ୍ତୁତି ଆପଣ ଏବେ ଠାରୁ କରିଦେବା ଭଲ ହେବ ।
କାହିଁକି ବନ୍ଦ ରହିବ ବ୍ୟାଙ୍କ
ସୁଚନା ମୁତାବକ ବ୍ୟାଙ୍କ କର୍ମଚାରୀ ସଂଘ ଗୁଡିକ ବେତନ ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବୀରେ ପ୍ରେବୃଆରୀ ୧, ୧୨ , ୧୩ ଏବଂ ୧୪ ତାରିଖରେ ହରତାଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଛଡା ମାସରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସମସ୍ତ ରବିବାର ଏବଂ ୨୧ରେ ମହାଶିବରାତ୍ରୀ ସରକାରୀ ଛୁଟି ମଧ୍ୟ ପଡୁଛି । ତେଣୁ ଏସବୁ ମିଶାଇ ଆସନ୍ତା ମାସ ପାଖାପାଖି ୧୨ ଦିନ ବ୍ୟାଙ୍କ ବନ୍ଦ ରହିବା କାରଣରୁ ବ୍ୟାଙ୍କ ଜନିତ ବି ବାଧାପ୍ରାପ୍ତ ହୋଇପାରେ ।
ବ୍ୟାଙ୍କ ବନ୍ଦର ପ୍ରଭାବ
ସମ୍ଭାବିତ ଛୁଟିକୁ ନଜରରେ ରଖି ଆପଣ ଆପଣଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁରନ୍ତ ସାରି ଦିଅନ୍ତୁ । କାହିଁକି ନା ବ୍ୟାଙ୍କ ବନ୍ଦ କାରଣରୁ ନଗଦ ଟଙ୍କା ଉଠାଇବାରେ ସମସ୍ୟା ଉପୁଜିପାରେ । ବ୍ୟାଙ୍କରେ ନା ଆପଣ ଟଙ୍କା ଜମା କରିପାରିବେ ନା ହିଁ ଉଠାଇପାରିବେ । ଖାଲି ଏତିକି ନୁହେଁ ବ୍ୟାଙ୍କ ବନ୍ଦ ଯୋଗୁ ଏଟିଏମରୁ ଟଙ୍କା ଉଠାଇବାରେ ମଧ୍ୟ ସମସ୍ୟା ଦେଖାଦେଇପାରେ ।

LEAVE A REPLY

Please enter your comment!
Please enter your name here