ବାତ୍ୟା ବୁଲ୍ ବୁଲ୍ ନେଇ ଏସଆରସି ପ୍ରଦିପ ଜେନାଙ୍କ ସୂଚନା । ବୁଲ୍ ବୁଲ ଏବେ ପାରାଦୀପଠାରୁ ୯୫ କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କରୁଛି ବୁଲ୍ ବୁଲ୍ । ‘ଆଜି ଅପରାହ୍ନ ୫ରୁ ରାତି ୧୦ ଟା ଭିତରେ ଲ୍ୟାଣ୍ଡଫଲ କରିପାରେ ବୁଲ୍ ବୁଲ୍ । ବୁଲ୍ ବୁ ଲ୍ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ ନେବା ଆରମ୍ଭ କଲାଣି । ତେଣୁ ର୍ଆଉ ୪ରୁ ୫ ଘଣ୍ଟା ଯାଏଁ ବର୍ଷା ଜାରି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ବିଶେଷ କରି ବାଲେଶ୍ୱର, ଭଦ୍ରକରେ ବର୍ଷାର ପରିମାଣ ବଢିପାରେ । ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି । ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହିଛି । ପାରାଦୀପ, ରାଜନଗର, ଚାନ୍ଦବାଲି , ବାସୁଦେବପୁରରେ ଗଛ ଉପୁଡିଛି । ଏନଡିଆରଏଫ, ଓଡ୍ରାଫ ଟିମ୍ ଦ୍ୱାରା ଗଛକଟା ଆରମ୍ଭ ହୋଇଯାଇଛି । କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଅଢେଇ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଧାମରାରେ ୯ ମତ୍ସଜୀବୀଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଟିମ୍ ପହଁଞ୍ଚିଛି । ଫସଲ କ୍ଷୟକ୍ଷତି ନେଇ କୃଷି ସଚିବଙ୍କ ସହ ଆଲୋଚନା ହୋଇଛି ।