ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କଟକ ନିଆଳି ଅଞ୍ଚଳର ଜଣେ ଯୁବ ରାଜନେତାଙ୍କୁ ଭୁବନେଶ୍ବର କମିଶନରେଟ୍ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଶଶିକାନ୍ତ ଲେଙ୍କା । ଆଜି ଲକ୍ଷ୍ମୀସାଗର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଭୁବନେଶ୍ବର JMFC-4 କୋର୍ଟରେ ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଲକ୍ଷ୍ମୀସାଗର ଥାନା ପୋଲିସ କେସ୍ ନମ୍ବର ୭୪୯/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଆମ ଭୁବନେଶ୍ବର ପ୍ରତିନିଧି ସତ୍ୟଜିତ ରାଉତ, ଲକ୍ଷ୍ମୀସାଗର ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କୁ ଯୋଗାଯୋଗ କରିବା ପରେ, ସେ କହିଛନ୍ତି ଯେ, ” ଗତ ମେ ୨୮ ତାରିଖରେ ବମିଖାଲର ଏକ ହୋଟେଲରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଚଳିତ ମାସ ଅକ୍ଟୋବର ୧୭ ତାରିଖରେ ମାମଲା ରୁଜୁ ହୋଇଥିଲା । ” ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହିତ ତାଙ୍କର ଡାକ୍ତରୀ ମାଇନା କରାଇଛି। ଏଥିସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମଧ୍ୟ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଅଞ୍ଚଳରେ ଥିବା ଏକ ହୋଟେଲରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here