ବିଜେଡି ସଂଗଠନରେ ବଡ ପରିବର୍ତ୍ତନ. ପ୍ରଥମଥର ପାଇଁ କ୍ୟାଡର ପାର୍ଟି ବିଜେପି ଭଳି ବିଜେଡିରେ ସାଧାରଣ ସଂପାଦକ ସଂଗଠନ ପଦବୀ ସୃଷ୍ଟି କରାଗଲା. ପୁଣି ସେ ଦାୟିତ୍ବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦିଆଗଲା. ଆଜି ଦଳ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ, ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ ସଂଗଠନ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରତାପ କିଶୋର ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱ ଦିଆଯାଇଛି । ସେହିପରି ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଦାୟିତ୍ୱ ମିଳିଛି । ପୂର୍ବରୁ ବିଜେଡିରେ ସଂଗଠନ ସମ୍ପାଦକ ପଦବୀ ନଥିବାବେଳେ ପ୍ରଥମ ଥର ପାଇଁ ଏହି ପଦବୀ ସୃଷ୍ଟି କରାଯିବା ସହ ପ୍ରଣବ ପ୍ରକାଶଙ୍କୁ ଦାୟିତ୍ୱ ଦିଆଯାଇଛି । ଦଳରେ ସାଧାରଣ ସଂପାଦକ ସଂଗଠନ ପଦକୁ ନେଇ ଚର୍ଚ୍ଚା ଜୋର୍ ଧରିଛି. ନବୀନଙ୍କ ପୂର୍ବ ମନ୍ତ୍ରୀମଣ୍ଡଳରେ ପ୍ରଣବ ପ୍ରକାଶ ଦାସ ଶକ୍ତିମନ୍ତ୍ରୀ ଥିଲେ. ମାତ୍ର ଗତ ପଂଚାୟତ ନିର୍ବାଚନରେ ବିଜେପିର ସଫଳତାହାର ଦେଖି ବିଜେଡିରେ ବିଚାର ବିମର୍ଷ ଆରମ୍ଭ ହୋଇଥିଲା. ସେତେବେଳେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ପ୍ରସ୍ତାବ ଦେଇଥିଲେ, ଯ଼ୁବନେତାମାନେ ମନ୍ତ୍ରୀପଦ ଛାଡି ସଂଗଠନ ପାଇଁ କାମ କରିବେ. ପ୍ରଣବଙ୍କ ପ୍ରସ୍ତାବକ୍ରମେ ସେ ଓ ତାଙ୍କ ସହ ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ମନ୍ତ୍ରୀପଦ ଛାଡିଥିଲେ. ତା ପରଠୁ ବିଜେଡିର ସଂଗଠନକୁ ମଜଭୁତ କରିବା ପାଇଁ ଦିନରାତି ଏକ୍ କରିଦେଇଥିଲେ ପ୍ରଣବ. 2019 ସାଧାରଣ ନିର୍ବାଚନ ହେଉ ଅବା ଉପନିର୍ବାଚନ, ସବୁଠି ବିରୋଧୀଙ୍କୁ ଚକମା ଦେଇଥିଲା ବିଜେଡି. କେଉଁ ଆସନରେ କେଉଁ ନେତାଙ୍କୁ ପ୍ରାର୍ଥୀ କରିବା ହେଉ ଅବା ଅନ୍ୟ ଦଳର ନେତାଙ୍କୁ ବିଜେଡିରେ ସାମିଲ କରିବା ହେଉ, ବିଜେଡିର ଏହି ଗୋଟି ଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲେ ପ୍ରଣବ ପ୍ରକାଶ. ଏପରିକି କୌଣସି ମନ୍ତୀ ପଦ ନ ନେଇ ସେ ସଂଗଠନ ପାଇଁ କାମ କରିବାକୁ ନିଷ୍ପତ୍ତି ନେଲେ. ଏବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସାଧାରଣ ସଂପାଦକ ସଂଗଠନ ଦାୟିତ୍ବ ଦେଇ ଦଳ ପ୍ରତି ତାଙ୍କର ଥିବା ଆନୁଗତ୍ୟତାର ପୁରସ୍କାର ଦେଇଛନ୍ତି. ଏହି ପଦବୀ ସହ ନବୀନ, ପ୍ରଣବ ପ୍ରକାଶ ଓରଫ ବବିଙ୍କ ଉପରେ ପୁରା ଭରଷା କରିଥିବା ସ୍ପଷ୍ଟ ହୋଇଯାଇଛି.

LEAVE A REPLY

Please enter your comment!
Please enter your name here