ଧାନକିଣାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ. ଟୋକନ ବ୍ୟବସ୍ଥାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ. କୋଉଠି ବିଧାୟକଙ୍କ ଘର ଆଗରେ ତ ଆଉ କୋଉଠି କୃଷି ବିଭାଗ ଓ ସରକାରୀ ଅଫିସ ଆଗରେ ଧାନ ଗଦେଇ ପ୍ରତିବାଦ କରୁଛନ୍ତି ଚାଷୀ. ବରଗଡ ଜିଲ୍ଲାରେ ଚାଷୀ ସଂଗଠନ ପକ୍ଷରୁ ଅତାବିରାରେ ଜୋରଦାର ପ୍ରତିବାଦ ହେବା ପରେ ମଙ୍ଗଳବାର ଦିନ ଭେଡେନ ବ୍ଲକରେ ପ୍ରତିବାଦ କରାଯାଇଛି. ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ଦାବି କରି ଶହ ଶହ ଚାଷୀ ରାସ୍ତା ଉପରକୁ ଓହ୍ଲାଇଛନ୍ତି. ଏପରିକି ତହସିଲଦାରଙ୍କ ଅଫିସରେ ଚାଷୀମାନେ ତାଲା ପକାଇ ଦେଇଥିଲେ. କେବଳ ବରଗଡ ନୁହେଁ, ଦିନକୁ ଦିନ ଧାନକିଣା ଅବ୍ୟବସ୍ଥାକୁ ନେଇ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି.

LEAVE A REPLY

Please enter your comment!
Please enter your name here