ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ ଏଡିଏମ ବିଶ୍ୱଜିତ୍ ମହାପାତ୍ର ଗିରଫ । ବିଶ୍ୱଜିତ୍ ମହାପାତ୍ରଙ୍କୁ ଆଜି ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଦୁଇଦିନ ଧରି ୭ଟି ସ୍ଥାନରେ ଚାଲିଥିଲା ରେଡ୍ । ମାରାଥନ୍ ରେଡବେଳେ ପୁଳାପୁଳା ସମ୍ପତ୍ତି ଠାବ ହୋଇଥିଲା ।୧୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ ସହିତ ୩୨ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ,୨ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ , ୨ ଲକ୍ଷର ଏନପିଏସ, ୭୪୭୦ ଗ୍ରାମର ସୁନା ମିଳିଛି । ସେହିପରି ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର କୋଠା , ରସୁଲଗଡରେ ଫ୍ଲାଟ, କୋଟିଏରୁ ଅଧିକ ଟଙ୍କାର ବ୍ୟାଙ୍କ୍ ଜମା ଏବଂ ୧୦ ଲକ୍ଷ ୭୯ ହଜାରର ଇନସ୍ୟୁରାନ୍ସ ସହ ୩୫୦ ଗ୍ରାମ ସୁନା ଓ ବାଲିଅନ୍ତାରେ ଥିବା ସିମେଣ୍ଟ ଗୋଦାମ ଠାବ କରାଯାଇଛି । ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ୧୦ଟି ପସ୍କଙ୍କ ଠାବ କରିଛି ଭିଜିଲାନ୍ସ । ସୁନ୍ଦରଗଡ ବାସଭବନରୁ ୧୨୦ ଗ୍ରାମ ସୁନା ଜବତ ହୋଇଛି । ଏହାସହିତ ସୁନ୍ଦରଗଡ ଅଫିସ, ଭୁବନେଶ୍ୱର ବାଲିଅନ୍ତାରେ ଥିବା ଘର , ନୟାପଲ୍ଲୀରେ ଥିବା ଫ୍ଲାଟ, ଜଗତସିଂହପୁର ରଘୁନାଥପୁରରେ ଥିବା ପୈତୃକ ଘର, ମଣିଜଙ୍ଗାରେ ଥିବା ସମ୍ପର୍କୀୟ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here