ପୁଅ ବିଦେଶରେ ଆଉ ବାପା ଓଡିଶା ମାଲକାନଗିରିରେ । କିନ୍ତୁ ବିଗତ ୫ ବର୍ଷ ହେବ ବାପାର ଠିକଣା ପାଇ ପାରୁନଥିଲା ପୁଅ । ବିଭିନ୍ନ ଆଡୁ ପ୍ରୟାସ କରି ଶେଷରେ ନିଜ ଜନ୍ମଦାତା ବାପା ସହ ଭିଡିଓ କଲ ଯୋଗେ କଥା ହେବାରେ ସଫଳ ହେବା ସହିତ ନିଜ ବାପାର ଭଲ ମନ୍ଦ ପଚାରି ବୁଝିଛି ପୁଅ । ଏଥିପାଇଁ ଓଡିଶା ରେଡକ୍ରସ ବ୍ୟବସ୍ଥାକୁ ଧନ୍ୟବାଦ ଦେଇଛନ୍ତି ନେଦରଲ୍ୟାଣ୍ଡସରେ ରହୁଥିବା ସନ ସିଗିିୟାନ । ଖବର ଅନୁସାରେ ଦୀର୍ଘ ୫ ବର୍ଷ ହେବ ପୁଅ ସନସିଗିିୟାନ ଓଡିଶାରେ ରହୁଥିବା ନିଜ ବାପା କେ. ରବିଚନ୍ଦ୍ରନଙ୍କ ଠିକଣା ଖୋଜୁଥିଲେ । ବାପାଙ୍କ ସନ୍ଧାନ ପାଇ ନପାରିଥିବାରୁ ଶେଷରେ ଓଡିଶା ରେଡକ୍ରସ ସଂସ୍ଥାର ସମ୍ପାଦକଙ୍କୁ ଇମେଲ ଯୋଗେ ଅନୁରୋଧ କରିଥିଲେ ।କେ . ରବିଚନ୍ଦ୍ରଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟରେ ରେଡକ୍ରସର କର୍ମକତ୍ତା ଆଣିବା ପରେ ସେଠାରେ ବାପା-ପୁଅଙ୍କ ମଧ୍ୟରେ ଭିଡିଓ କଲ ଯୋଗେ କଥାବାର୍ତ୍ତା ହୋଇଥିଲା । ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଉଭୟଙ୍କ ମିଳନ ଘଟିଥିଲା। ଦୀର୍ଘ ୫ ବର୍ଷ ପରେ ଉଭୟଙ୍କ ମିଳନ କରାଇଥିବା ଉଭୟ ପିତା ଓ ପୁତ ଯୁବ ରେଡକ୍ରସ ଓ ଜିଲ୍ଲା ଆଇନ ସେବା ପ୍ରଧିକରଣକୁ ଧନ୍ୟବାଦ ଅର୍ପଣ କରିଛନ୍ତି।