ଅଗଷ୍ଟ 31 ତାରିଖ ଯାଏଁ ଅବ୍ୟାହତ ରହିବ କଟକଣା I ତେବେ ପୂର୍ବରୁ ଭୁବନେଶ୍ବର ସମେତ ଚାରି ଜିଲ୍ଲାରେ ଥିବା ଲକଡାଉନ କଟକଣାକୁ ସରକାର ଉଠାଇ ଦେବା ସହ ପୂର୍ବଭଳି ସପ୍ତାହାନ୍ତ ସଟଡାଉନକୁ ବଳବତ୍ତର ରଖିଛନ୍ତି I ଗଞ୍ଜାମ, ଗଜପତି, କଟକ, ଖୋର୍ଦ୍ଧା ଓ ରାଉରକେଲାରେ ଜାରି ରହିବ ସଟ୍ ଡାଉନ୍ I ତେଣୁ ସଟଡାଉନ ନିୟମ ପୂର୍ବଭଳି ଅବ୍ୟାହତ ରହିବ I ସେହିପରି ରାତି 9 ଟାରୁ ସକାଳ 5ଟା ଯାଏଁ ରାତ୍ରୀ କାଳୀନ କର୍ଫ୍ୟୁ ଅବ୍ୟାହତ ରହିବ I ଅଗଷ୍ଟ 31 ଯାଏଁ ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିବ I ଶିକ୍ଷାନୁଷ୍ଠାନ, ସିନେମା ହଲ୍, ସୁଇମିଂ ପୁଲ୍ ବନ୍ଦ ରହିବ I ପ୍ରଥମ ଦୁଇଥର ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଲେଖାଁଏ ଜୋରିମାନା ଏବଂ
ତୃତୀୟ ଥର ମାସ୍କ ନ ପିନ୍ଧି ଧରାପଡିଲେ ପାଞ୍ଚ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ I ତେବେ ଚାରି ଜିଲ୍ଲାରେ ଅଗଷ୍ଟ 1 ଓ 2 ତାରିଖ ଦିନ ଗୋଟାଏ ଯାଏଁ ସବୁ ଖୋଲା ରହିବ ବୋଲି ସରକାର କହିଛନ୍ତି I

LEAVE A REPLY

Please enter your comment!
Please enter your name here