ଆଜିଠୁ ୫ ଦିନ ଧରି ପ୍ଲାଟିନମ ଜୁବୁଲି ଉତ୍ସବ ପାଳନ କରିବ ଉତ୍କଳ ବିଶ୍ୱବିଦ୍ୟାଳୟ | ଏହି ଅବସରରେ ଉତ୍ସବ ମୁଖର ହୋଇପଡିଛି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର | ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଇ-ଲାଇବ୍ରେରୀର ଉଦ୍‌ଘାଟନ ଓ ରୁଷା ଭବନର ଶିଳାନ୍ୟାସ ମଧ୍ୟ ସେ କରିଛନ୍ତି । ୫ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଣୀବିହାରର ଭିତ୍ତିଭୂମି ବିକାଶ ପାଇଁ ଶହେ କୋଟିର ଅନୁଦାନ ଘୋଷଣା କରିଛନ୍ତି । ଉଦଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ, କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପୁରାତନ ଛାତ୍ର ଓ ବର୍ତ୍ତମାନ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି ।
ଅନ୍ୟପଟେ ଗତକାଲି ବା ଶୁକ୍ରବାରର ଘଟଣା ବିଦ୍ୟାଳୟ ପରିସରର ସୁରକ୍ଷାବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ୫ ଦିନ ମଧ୍ୟରେ ରାଜ୍ୟର ପ୍ରମୁଖ ବ୍ୟକ୍ତିବିଶେଷ ଏଠାରେ ଏକାଠି ହେଉଥିବାରୁ ସେମାନଙ୍କୁ ପୁଲିସ କିଭଳି ସୁରକ୍ଷା ଦେବ, ତାହାକୁ ନେଇ ଏବେ ଆଶଙ୍କା ଓ ସନ୍ଦେହ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here