କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ଟ୍ରେନ ଲାଇନଚ୍ୟୁତ । ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଏଲଟିଟି ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ, ଏଥିରେ ୨୦ ଜଣ ଆହତ ହୋଇଛନ୍ତି । ୫ ଗୁରୁତର ଯାତ୍ରୀଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ୫ ଗୁରୁତର ଯାତ୍ରୀ ହେଲେ ଜିତେନ୍ଦ୍ର ପାଢୀ, ପୁଷ୍ପାଞ୍ଜଳି ଜତୱାର । ପୂର୍ଣ୍ଣଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ବେହେରା, ଅଶ୍ୱିନୀ କୁମାର ଲେଙ୍କା । ସକାଳ ୭ଟାରେ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ସୁଚନା ମିଳିଛି । କୁହୁଡି ଯୋଗୁଁ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି। ଟ୍ରାକରେ ଛିଡା ହୋଇଥିବା ମାଲବାହୀକୁ ପଛରୁ ପିଟିଥିବା ସୂଚନା ।
ତେବେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି କହିଲା ରେଲୱେ । ଏନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା କହିଛନ୍ତି ସିପିଆରଓ । ଇଷ୍ଟକୋଷ୍ଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜେପି ମିଶ୍ରଙ୍କ ସୂଚନା । କୁହୁଡି ପାଇଁ କି ଅନ୍ୟ କାରଣ ପାଇଁ ଲାଇନଚ୍ୟୁତ୍ ହୋଇଛି , ତାର ତଦନ୍ତ ହେବ । ସିଗନାଲ ସମସ୍ୟା କି ମନୁଷ୍ୟକୃତ ତାର ମଧ୍ୟ ତଦନ୍ତ ହେବ । ଟ୍ରେନରେ ସ୍ୱତନ୍ତ୍ର ସ୍ପିଡୋମିଟର ଲାଗିଛି, ତଦନ୍ତ ହେବ । ଅଟୋମେଟିକ ସିଗନାଲ ଟେରିଟୋରିରେ ୨ଟି ଟ୍ରେନ୍ ଯାଇପାରିବ’ଆହତ ଯାତ୍ରୀମାନଙ୍କୁ ରେଲୱେ ପକ୍ଷରୁ ସହାୟତା ଦିଆଯିବ । ‘ଟ୍ରେନରେ ଥିବା ଅନ୍ୟ ଯାତ୍ରୀଙ୍କ ପାଇଁ ୨ଟି ବସ୍ ବ୍ୟବସ୍ଥା ହୋଇଛି’ । ‘ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବାକୁ ସବୁ ବନ୍ଦୋବସ୍ତ ହୋଇଛି’ । ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ସିପିଆରଓ । ଉଦ୍ଧାର କାର‌୍ୟ୍ୟରେ ତ୍ୱରିତ ସହାୟତା କରିଥିବାରୁ ଧନ୍ୟବାଦ ।
ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା ପରେ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । କଟକ ପରିବର୍ତ୍ତେ ନରାଜ ଦେଇ ଚଳାଚଳ କରିବ କିଛି ଟ୍ରେନ୍ । ନରାଜ ଦେଇ ଯିବ ଭୁବନେଶ୍ୱର ଏଲଟିଟି , ପୁରୀ- ରାଉରକେଲା ପାସେଞ୍ଜର । ନରାଜ ଦେଇ ଯିବ ଦୁର୍ଗ- ପୁରୀ, ଧାନବାଦ ଭୁବନେଶ୍ୱର ରାଜ୍ୟରାଣୀ । ତାଳଚେର-ପୁରୀ ମେମୁ ମଧ୍ୟ ନରାଜ ରୁଟରେ ଚଳାଚଳ କରିବ । ଟ୍ରେନ ରୁଟ୍ ପରିବର୍ତ୍ତନ ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ।

LEAVE A REPLY

Please enter your comment!
Please enter your name here