ଆସନ୍ତାକାଲିଠୁ ବନ୍ଦ ହୋଇଯିବ ମହାରାଷ୍ଟ୍ର ଶିରିଡି ସ୍ଥିତ ସାଇବାବାଙ୍କ ମନ୍ଦିର । ତେବେ ଏହି ଖବର ଏବେ ସାଇଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମନରେ ଆଣିଦେଇଛି ଦୁଖ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ବିବାଦୀୟ ମନ୍ତବ୍ୟ ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓ ସପ୍ତାହକ ତଳେ ଉଦ୍ଧବ ଥାକରେ ଶିରିଡି ସାଇବାବାଙ୍କୁ ପ୍ରକୃତ ଜନ୍ମସ୍ଥାନ ନୁହେଁ ବୋଲି କହିଥିଲେ ଓ ପରଭଣିର ପାଥେରୀ ହେଉଛି ସାଇବାବାଙ୍କ ଜନ୍ମସ୍ଥାନ ଏବଂ ଏହି ଜନ୍ମସ୍ଥାନ ପାଇଁ ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଓ ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ସାଇବାବାଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଇଛି ଓ ତେଣୁ ଶିରିଡି ସ୍ଥିତି ସାଇ ସଂସ୍ଥାନ ଟ୍ରଷ୍ଟ ଉଦ୍ଧବଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ସାଇବାବାଙ୍କ ମନ୍ଦିର ବନ୍ଦ ରଖିବାକୁ ବିଚାର କରାଯାଉଥିବା ସୂଚନା ଦିଆଯାଇଛି ଓ ଉଦ୍ଧବଙ୍କ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ସାଇ ଭକ୍ତମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି

LEAVE A REPLY

Please enter your comment!
Please enter your name here