ଆସନ୍ତାକାଲି ଠାରୁ ମହାରାଷ୍ଟ୍ର ଶିରିଡି ସାଇ ବାବା ମନ୍ଦିର ବନ୍ଦ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଲା ସାଇବାବା ସଂସ୍ଥାନ ଟ୍ରଷ୍ଟ । ସାଇବାବା ସଂସ୍ଥାନ ଟ୍ରଷ୍ଟ ସଦସ୍ୟ ବି. ୱାକଚୌରଙ୍କ ସୂଚନା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ମନ୍ତବ୍ୟ ପ୍ରତିବାଦରେ ବନ୍ଦ । ସାଇ ବାବାଙ୍କ ଜନ୍ମସ୍ଥାନ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଉଦ୍ଧବ ।ଶିରିଡି ସାଇ ବାବାଙ୍କ ଜନ୍ମ ସ୍ଥାନ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ । ଶିରିଡି ନୁହେଁ, ପର୍ଭାନୀର ପଥରୀ ହିଁ ଜନ୍ମସ୍ଥାନ କହିଥିଲେ ଉଦ୍ଧବ । ତେବେ ମନ୍ଦିର ବନ୍ଦ ରହିବା ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସିଇଓ.

LEAVE A REPLY

Please enter your comment!
Please enter your name here