ସ୍ବାମୀ ବିରୋଧରେ ପ୍ରଥମ ସ୍ତ୍ରୀର ସଙ୍ଗୀନ ଅଭିଯୋଗ. ଯୌତୁକ ନିର‌୍ୟାତନାଠୁ ଆରମ୍ଭ କରି ଜୀବନରେ ମାରିଦେବାର ଧମକ. ସ୍ବାମୀଙ୍କ ଅନୁପସ୍ଥିତିରେ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଶ୍ବଶୁର. ଶେଷରେ ଅତ୍ୟାଚାର ସୀମା ଟପିଗଲା. ଗତ ଅକ୍ଟୋବର ୨୦ ତାରିଖରେ ସ୍ବାମୀ, ଶ୍ବଶୁର ଓ ଶାଶୁ ମାଡମାରି ରକ୍ତାକ୍ତ କରିଦେଲେ, ଆଉ ଘରୁ ବାହାର କରିଦେଲେ.
୨୦୧୦ ମସିହାରେ ମୟୁରଭଂଜ ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁର ପ୍ରକାଶ ଚନ୍ଦ୍ର ବେହେରାଙ୍କ ପୁଅ ଅରୁଣଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ମାମୁନି. ବାହାଘର ବେଳେ ଦାବି ମୁତାବକ ଯୌତୁକ ଆଣିଥିଲେ ମଧ୍ୟ ପରେ ବାପଘରୁ ଆହୁରି ଟଙ୍କା ଆଣିବାକୁ ଦାବି କରିଆସୁଥିଲେ ଶାଶୁଘର ଲୋକ. ଶାଶୁଘରେ ନିର‌୍ୟ଼ାତନାର ଶୀକାର ହୋଇ ଆସିବା ପରେ ଥାନାରେ ଏତଲା ଦେଇଛନ୍ତି ମାମୁନି. ତେବେ ଅରୁଣଙ୍କ ବିରୋଧରେ କେବଳ ମାମୁନି ନୁହଁନ୍ତି, ତାଙ୍କ ଦ୍ବିତୀୟ ସ୍ତ୍ରୀ ବୋଲି ଦାବି କରୁଥିବା ରଂଜିତା ବି ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି. ଆଉ ରଂଜିତାଙ୍କ କହିବା କଥା, ଅରୁଣ ଏବେ ଆଉ ଜଣେ ଝିଅ ସହ ଭଡା ଘରେ ଅୟସ କରୁଛନ୍ତି. ଅରୁଣଙ୍କ ବିରୋଧରେ ଅଭିଯୋଗ କରିଥିବା ଦୁଇଜଣ ଯାକ ସ୍ତ୍ରୀ ଏବେ ଛୋଟ ପିଲାଙ୍କୁ ଧରି ନ୍ୟାୟ ଭିକ୍ଷା କରିଛନ୍ତି. ମାତ୍ର ଅରୁଣଙ୍କ ବିରୋଧରେ ପୋଲିସ ଏଯାଏଁ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିନି. କିଏ ଏହି ଅରୁଣ ବେହେରା, ଜିଲ୍ଲାର କେଉଁ ପ୍ରଭାବଶାଳୀ ନେତାଙ୍କ ପାଖଲୋକ ସିଏ, କାହିଁକି ପୋଲିସ ତାଙ୍କ ବିରୋଧରେ କିଛି ପଦକ୍ଷେପ ନେଉନି, ଏମିତି ଅନେକ ପ୍ରଶ୍ନ ପୋଲିସର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି.

LEAVE A REPLY

Please enter your comment!
Please enter your name here