ନୂଆଦିଲ୍ଲୀ : ଚୀନ୍‌ର ଉହାନରୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଜମ୍ବୋ ବ ୭୪୭, ୩୦୦ରୁ ଅଧିକ ଭାରତୀୟ ନାଗରିକଙ୍କୁ ଶନିବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚାଇଛନ୍ତି । ସକାଳ ପ୍ରାୟ ୭:୩୦ ରେ ବିମାନଟି ପହଞ୍ଚିଛି । କୋରୋନା ଭୂତାଣୁର କେନ୍ଦ୍ରସ୍ଥଳ ଉହାନରୁ ଆଜି ୩୨୪ ଜଣ ଭାରତୀୟ ଯାତ୍ରି ଭାରତ ଅଭିମୁଖେ ବିମାନରେ ବାହାରିଥିଲେ । ଦିଲ୍ଲୀରେ ପହଞ୍ଚିବାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଛି ଭାରତୀୟ ସେନାପକ୍ଷରୁ ହରିୟାଣାର ମାନେସରରେ ୩୦୦ଶର‌୍ୟ୍ୟା ବିଶିଷ୍ଠ ଏକ ଚିକିତ୍ସା ଶିବିରକୁ ସେମାନଙ୍କୁ ପଠାଇ ଦିଅ।ଇଛି । ଆର୍ମଡ ଫୋର୍ସସେସ ମେଡିିକାଲ ସର୍ଭିସେସ ଓ ବିମାନ ବନ୍ଦର ଚିକିତ୍ସା କର୍ତ୍ତୁପକ୍ଷଙ୍କ ତତ୍ତ୍ୱାବଧାନରେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କର।ଯାଉଛି ।୧୪ ଦିନ ପରୀକ୍ଷାରେ ଯଦି କୋରୋନା ଭୂତାଣୁ ନ ଥିବା ଜଣାପଡେ ତେବେ ସେମାନଙ୍କୁ ଘରକୁ ପଠାଇ ଦିଆଯିବ । ଉହାନରୁ ଭାରତୀୟ ମାନଙ୍କୁ ଫେରାଇ ଆଣିବା ପାଇଁ ଶନିବାର ଆଉ ଏକ ବିମାନ ନୂଆଦିଲ୍ଲୀରୁ ସେଠାକୁ ଯାତ୍ରା କରିବ ବୋଲି ଏୟାର ଇଣ୍ଡିଆ ସୁତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here