ନୂଆଦିଲ୍ଲୀ:୨୦୧୨ ଦିଲ୍ଲୀରେ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁର୍ଷ୍କମର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ଠାକୁର ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ଆବେଦନ କରିିଥିବା ଜଣାପଡିଛି । ଆଜି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରଛନ୍ତି ।ସୂଚନା ଥାଉକି ଫେବୃଆରୀ ୧ ତାରିଖରେ ନିର୍ଭୟା ଦୋଷୀ ମାନଙ୍କୁ ଡେଥ ୱାରେଣ୍ଟ ଜାରି କରିଥିଲେ ପଟିୟାଲା ହାଉସ କୋର୍ଟ କିନ୍ତୁ ଆଇନଗତ ଦିଗ ବାକିଥିବାରୁ ଡେଥ ୱାରେଣ୍ଟ ଜାରି ଉପରେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ପଟିୟାଲା ହାଉସ କୋର୍ଟ । ତେବେ ପରବର୍ତ୍ତୀ କେତେ ତାରିଖରେ ଫାଶୀ ହେବ ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here