ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରର ତ୍ୟାଗକୁ ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ପ୍ରଂଶସା କରିଛନ୍ତି ।ଅଙ୍ଗଦାନର ମହାନ ତ୍ୟାଗ ପାଇଁ ପ୍ରିୟଙ୍କାଙ୍କ ପରିବାରକୁ ସୁରଜ ଯୋଜନାରେ ସମ୍ମାନିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୃତ୍ୟୁ ପରେ ବି ପ୍ରିୟଙ୍କା ହୋଇଯାଇଛନ୍ତି ଅମର, ଯାଉ ଯାଉ ଦୁଇ ଜଣଙ୍କର ଜୀବନ ବଞ୍ଚାଇ ଦେଇଛନ୍ତି ସେ । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ୱର୍ଗତ ପ୍ରିୟଙ୍କାରାଣୀଙ୍କ ଝିଅର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ କରିଥିବା ଡାକ୍ତର ଟିମ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଗତ ସୋମବାରଦିନ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରିୟଙ୍କାଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତର ତାଙ୍କର ବ୍ରେନ ଡେଡ୍ ଘୋଷଣା କରିବା ପରେ ତାଙ୍କ ପରିବାର ଲୋକେ ଅଙ୍ଗଦାନ ପାଇଁ ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ । ଏହାପରେ କଟକ ଏସ୍‌ସିବିର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ଯାଇ ପ୍ରିୟଙ୍କାଙ୍କ କିଡନୀ ଆଣି ବରଗଡ ଅତାବିରାର ଯୁବକ ମୁଜାଫିରଙ୍କ ଶରୀରରେ ପ୍ରତିରୋପଣ କରି ସଫଳତାର ସହ ଇତିହାସ ରଚିଥିଲା ।

LEAVE A REPLY

Please enter your comment!
Please enter your name here