ନୂଆଦିଲ୍ଲୀ : ଏବେ କରୋନା ଭାଇରସ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ସମସ୍ତଙ୍କ ମନରେ କରୋନା ଭାଇରସକୁ ନେଇ ଏବେ
ନାନା ପ୍ରକାର ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି । କରୋନା ଭାଇରସ କାହିଁକି ବ୍ୟାପିଲା? ପଶୁୁ ପକ୍ଷୀ ଶରୀରରୁ ଏହା ମଣିଷ ଶରୀରକୁ ଆସିଲା କେମିତି? ପ୍ରଥମେ ଚୀନବାସୀ ଖାଉଥିବା ବାଦୁଡିରୁ ଏହି ଭୂତାଣୁ ବ୍ୟାପିଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ଏ ଯାଏଁ କରୋନା ଭୂତାଣର ଉତ୍ପତ୍ତି ନେଇ କୌଣସି ସ୍ପଷ୍ଟତା ଆସିପାରିନାହିଁ । ଏହାର କାରଣ ନିରାକରଣ ପାଇଁ ଚାଲିଛି ଗବେଷଣା ପରେ ଗବେଷଣା । ଏବେ ସ୍ତନ୍ୟପ୍ରାଣୀ ବଜ୍ରକାପ୍ତାରୁ କରୋନା ଭୂତାଣୁ ସଂକ୍ରମଣ ହେବା ଚର୍ଚ୍ଚାର ପରିସରକୁ ଆସିଛି । ଦକ୍ଷିଣ ଚୀନ କୃଷି ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ କରି ବଜ୍ରକାପ୍ତା କରୋନା ଭୂତାଣୁ ସଂକ୍ରମଣର କାରଣ ବୋଲି ତଥ୍ୟ ପ୍ରକାଶ କରିଛି । ଏହି ବିଶ୍ୱବିଦ୍ୟାଳୟର ସଭାପତି ଲିଉ ୟାହୁଙ୍ଗ, ବଜ୍ରକାପ୍ତାରେ ମିଳୁଥିବା ଭୂତାଣୁ ଓ କରୋନା ଭୂତାଣୁ ଆକ୍ରାନ୍ତ ଦେହରେ ମିଳୁଥିବା ଭୂତାଣୁ ମଧ୍ୟରେ ୯୯ ପ୍ରତିଶତ ସମାନତା ରହିଛି ବୋଲି କହିଛନ୍ତି । ଚୀନ୍ରେ ବେଆଇନ ଭାବେ ବହୁ ସଂଖ୍ୟାରେ ବଜ୍ରକାପ୍ତା ମାଂସ ରପ୍ତାନୀ ହେଉଥିବାରୁ ଏହାକୁ କରୋନା ଭୂତାଣୁର କାରଣ ବୋଲି କୁହାଯାଉଛି । ଚୀନ୍ରେ କରୋନା ଭାଇରସ ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୭୧୭ ହୋଇଥିବା ବେଳେ ଓ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ଟପିବା ପରେ ସାରା ବିଶ୍ୱରେ ଚିନ୍ତା ବଢିଯାଇଛି ।