ପୁଣି ଡେଥ୍ ଓାରେଣ୍ଟ ଜାରୀ କଲେ ପଟିଆଲା କୋର୍ଟ I ନିର୍ଭୟା ମାମଲାର ଚାରି ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ତିନି ତାରିଖରେ ଫାଶୀ ଦେବାକୁ ଡେଥ୍ ଓାରେଣ୍ଟ ଜାରି କରିଛନ୍ତି କୋର୍ଟ I ସକାଳ ଛ ଟାରେ ସେମାନଙ୍କୁ ଫାଶୀ ଦେବାକୁ କୁହାଯାଇଛି I ଏହା ପୂର୍ବରୁ ଦୁଇଥର ଡେଥ ଓାରେଣ୍ଟ ଦେଇଥିଲେ କୋର୍ଟ I ପିଟିସନ ପରେ ପିଟିସନ ଦେଇ ଚାରି ଆସାମୀ ବାରମ୍ବାର ଫାଶୀ ତାରିଖକୁ ଘୁଞ୍ଚାଇବାକୁ ସକ୍ଷମ ହୋଇଥିଲେ I 2012 ରେ ଘଟିଥିବା ଏହି ଭୟଙ୍କର ଗଣଦୁଷ୍କର୍ମ ଘଟଣାର ଆସାମୀଙ୍କୁ କେବେ ଫାଶୀ ଦିଆଯିବ, ସମଗ୍ର ଦେଶବାସୀ ଅପେକ୍ଷା କରି ରହିଥିବା ବେଳେ ଆଇନଗତ ଦିଗ ଦର୍ଶାଇ ଆସାମୀଙ୍କ ଓକିଲମାନେ ତାରିଖ ଘୁଞ୍ଚାଇ ଚାଲିଥିଲେ I

LEAVE A REPLY

Please enter your comment!
Please enter your name here