ମୋଦି ମାଇଁ ଟ୍ରୁ ଫ୍ରେଣ୍ଡ । ମୋଟେରାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ବକ୍ତବ୍ୟ । ନମସ୍କାର , ନମସ୍ତେ କହି ଭାଷଣ ଆରମ୍ଭ କଲେ ଟ୍ରମ୍ପ । ଭାରତର ଉନ୍ନତି ପାଇଁ ମୋଦି ଅହରହ କାମ କରି ଚାଲିଛନ୍ତି । ଭାରତ ଭଳି ଅତି ସୁନ୍ଦର ଦେଶର ଲୋକଙ୍କୁ ଧନ୍ୟବାଦ । ଏଠି ୧୧୦ ହଜାର ଲୋକଙ୍କ ଉପସ୍ଥିତି ମୋତେ ଅଭିଭୂତ କରିଛି । ଜଣେ ଚା ବିକାଳିରୁ ଆଜି ଏତେ ବଡ ହୋଇଛନ୍ତି ମୋଦି । ମୋଦିଙ୍କୁ ଭାରତରେ ସମସ୍ତେ ଭଲ ପାଉଛନ୍ତି-ଟ୍ରମ୍ପ । ମୋଦିଙ୍କ ପରିଶ୍ରମ ପାଇଁ ଭାରତ ବହୁତ ଭଲ କରୁଛି । ଭାରତ ପାଇଁ ମୁଁ ବହୁତ ଗର୍ବିତ ବୋଲି କହିଲେ ଟ୍ରମ୍ପ । ଭାରତୀୟ ଅର୍ଥନୀତି ନୂଆ ଶିଖରକୁ ପହଁଞ୍ଚିବାକୁ ଯାଉଛି । ଭାରତର ୩୨୦ ନିୟୁତ ଲୋକ ଇଣ୍ଟରନେଟ୍ ସହ ଯୋଡି ହୋଇଛନ୍ତି । କେବଳ ବଡ ଗଣତନ୍ତ୍ର ନୁହେଁ , ଭାରତ ଏକ ଶାନ୍ତିପ୍ରିୟ ଦେଶ । ଭାରତ-ଆମେରିକା ମଧ୍ୟରେ ବନ୍ଧୁତ୍ୱ ଅତ୍ୟନ୍ତ ଦୃଢ ହୋଇଛି । ଭାଷଣରେ ସ୍ୱାମୀ ବିବେକାନନ୍ଦଙ୍କ ନାଁ ନେଲେ ରାଷ୍ଟ୍ରପତି ଟ୍ରମ୍ପ । ବଲିଉଡକୁ ଢେର ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତୀୟ ବଲିଉଡରେ ବର୍ଷକୁ ୨ ଶହ ପିଲ୍ମ ତିଆରି ହେଉଛି । ଦିଲୱାଲେ ଦୁହ୍ଲନିଆ ଲେଜାଏଙ୍ଗେଏକ ଚତ୍ମକାର ଫିଲ୍ମ ବୋଲି ଟ୍ରମ୍ପ କହିଲେ । ସଚିନ ତେନ୍ଦୁଲକର ଭଳି ମହାନ କ୍ରିକେଟର ଭାରତରେ ସୃଷ୍ଟି । ହୋଲି , ଦିୱାଲି ଭଳି ପର୍ବ କଥା ବି ଅବତାରଣା କଲେ ଟ୍ରମ୍ପ । ବିଶ୍ୱରେ ଯୁଆଡେ ବି ଯାଆନ୍ତୁ ନିଶ୍ଚିତ ଆମ ଦୁଇ ଦେଶ ଲୋକ ଥିବେ । ସାରା ବିଶ୍ୱରେ ଭାରତୀୟ, ଆମେରିକୀୟଙ୍କୁ ନିଶ୍ଚିତ ପାଇବେ । ଆମେ ରାଜଘାଟ ଏବଂ ତାଜମହଲ ଯିବାକୁ ବ୍ୟଗ୍ର-ଟ୍ରମ୍ପ ।

LEAVE A REPLY

Please enter your comment!
Please enter your name here