ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ କ୍ୟାମେରା । ଡ୍ରୋନ ଉଡାଇଥିବା ୮ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଏମାର ମଠ ଛାତ ଉପରେ ୮ ଜଣ ଲୋକ ଡ୍ରୋନ ଉଡାଇଥିବା ନେଇ ସୂଚନା ମିଳିବା ପରେ ପୋଲିସ ଡ୍ରୋନ କ୍ୟାମେରା ଜବତ କରିଛି । ତେବେ ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ସର୍ଟ ଫିଲ୍ମ ସୁଟିଂ ପାଇଁ ଡ୍ରୋନ ଉଡାଯାଇଥିବା କୁହାଯାଉଛି । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ନିଷେଧ ହୋଇଥିଲେ ମଧ୍ୟ ବାରମ୍ବାର ଡ୍ରୋନ ଉଡାଯିବା ଘଟଣା ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ସିଂହଦ୍ୱାର ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here