ଭୁବନେଶ୍ୱର : ଆଜି ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସିଏଏ ସମର୍ଥନ ସଭାରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହୋଇଛି ସମର୍ଥନ ସମାବେଶ । ଅମିତ ଶାହଙ୍କ ତାଙ୍କ ବକ୍ତବ୍ୟ ଆରମ୍ଭରୁ ଓଡିଶା ଓ ଗୁଜୁରାଟ ମଧ୍ୟରେ ବିଶେଷ ପାର୍ଥକ୍ୟ ଲାଗେ ନାହିଁ ବୋଲି କହିଛନ୍ତି। ଓଡିଶାକୁ ଦ୍ୱିତୀୟ ଘର ବୋଲି ସମ୍ୱୋଧନ କରିଛନ୍ତି । ଲୋକସଭା ନିର୍ବାଚନ ପରେ ଶାହଙ୍କର ଏହା ପ୍ରଥମ ଓଡିଶା ଗସ୍ତ । ଅମିତ ଶାହ ସଭାରେ କହିଲେ କିଛି ଦିନ ମଧ୍ୟରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବ । ମୋଦୀ ୩୭୦ ଉଚ୍ଛେଦ କରି କାଶ୍ମୀରକୁ ଭାରତ ମୁକୁଟ ପିନ୍ଧାଇଛନ୍ତି କହିଛନ୍ତି ଶାହ । ସିଏଏ ପ୍ରସଙ୍ଗରେ କଂଗ୍ରେସକୁ ସେ କଡା ସମାଲୋଚନା କରିଛନ୍ତି । ବିରୋଧୀ ଦଳ ଲୋକଙ୍କୁ ଉସୁକାଇ ଦଙ୍ଗା କରୁଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସିଏଏ ଦ୍ୱାରା ନାଗରିକତା ଯିବନି ବରଂ ମିଳିବ । ସିଏଏ ଦ୍ୱାରା ମାନବାଧିକାର ରକ୍ଷା କରାଯିବ । ସିଏଏର କୌଣସି ଧାରାରେ ନାଗରିକତା ଯିବା ଉଲ୍ଲେଖ ନାହିଁ । ଓଡିଶା ପାଇଁ ମୋଦୀ ନେଇଥିବା ପଦକ୍ଷେପର ହିସାବ ଦେଇଛନ୍ତି ଅମିତ ଶାହ ।୨୦୨୪ ସୁଦ୍ଧା ଓଡିଶାର ସବୁ ଘରକୁ ନଳରେ ପାନୀୟ ଜଳ ମିଳିବ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ । ଏହା ସହ କେନ୍ଦ୍ର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନଙ୍କୁ ଅନୁରୋଧ କରିଛନ୍ତ ଶାହ । ସେ କହିଥିଲେ କଂଗ୍ରେସ ୫୫ ବର୍ଷ ଶାସନ କରି ଯାହା କରି ପାରି ନ ଥିଲେ ବିଜେପି ତାହା ୫ ବର୍ଷରେ କରି ଦେଖାଇଛି ।

LEAVE A REPLY

Please enter your comment!
Please enter your name here