ନବୀନ ନିବାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୂରି ଭୋଜନରେ ଆପ୍ୟାୟିତ କରିଥିଲେ । ଏହି ମଧ୍ୟାହ୍ନ ଭୋଜନରେ ଅତିଥି ମାନଙ୍କ ପାଇଁ ନବୀନ ସ୍ୱତନ୍ତ୍ର ଓଡିଆ ଖାଦ୍ୟର ବ୍ୟବସ୍ଥା କରିଥିଲେ । ବାଇଗଣ ଭଜା, ଆଳୁ ମଟର ମସଲା , ଗୁଚ୍ଛି ପନିର, ଡାଲି , ଟମାଟୋ ଚଟଣୀ, ପାମ୍ପଡ , ବୁନ୍ଦି ରାଇତା , ମାଛ ବେଶର , ରୁଟି ଓ ଭାତ ଖାଇଥିଲେ ଅତିଥିମାନେ । ଖାଦ୍ୟ ଶେଷରେ ଛେନାପୋଡ ଓ ରସଗୋଲା ବି ପରସା ଯାଇଥିଲା ।

LEAVE A REPLY

Please enter your comment!
Please enter your name here