ଭୁବନେଶ୍ୱର: ରାଜଧାନୀରେ ମାତିଲେଣି ଗିଫ୍ଟ ଲୁଟେରା I ଅତିଥି ହୋଇ ଆସି ବୁଲାଇଛନ୍ତି କଳାକନା I ଭୁବନେଶ୍ୱରର ଦାମୀ ବାହାଘରକୁ କରୁଛନ୍ତି ଟାର୍ଗେଟ I ଝାରପଡା ଅଞ୍ଚଳର ରାଜେନ ମହାନ୍ତିଙ୍କ ପୁଅ ରିସେପସନକୁ ଆସି ଭୋଜି ଖାଇ କରିଛନ୍ତି ଲୁଟ I ଅତି ଚିକ୍କଣିଆ ବେଶ ପୋଷାକରେ ଭୂଆଁ ବୁଲେଇଛନ୍ତି ସମସ୍ତଙ୍କୁ I ବାହାଘରର ଉଭୟ ପକ୍ଷର କହି ଗିଫ୍ଟ ବ୍ୟାଗ ଓ ପ୍ରାୟ 7ଲକ୍ଷଟଙ୍କା ଲୁଟ କରିଥିବା ଚୋରକୁ ଧରିବାରେ ସକ୍ଷମ ହୋଇଛି ପୋଲିସ I ଚୋରୀର ଏହି ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା I ଏହି ଭଡିଓଟିରେ ଦେଖାଦେଇଛି ଦୁଇ ଜଣ ଲୁଟେରା ଚିକ୍କଣିଆ ବେଶ ପୋଷାକରେ ରିସେପସନ ପାର୍ଟିକୁ ଆସୁଛନ୍ତି I ଆଗ ଧାଡିରେ ଆଗ ପଛ ହୋଇ ବସିଛନ୍ତି I ବାହାଘର ଭୋଜି ମଧ୍ୟ ଖାଇଛନ୍ତି I ଆସିଥିବା ଏକ ଅତିଥିଙ୍କ ମୋବାଇଲରେ ସେମାନଙ୍କ ଫଟୋ ମଧ୍ୟ ଉଠାଇଛନ୍ତି I ଏହା ଭିତରେ ଖୋଜୁଛନ୍ତି ଲୁଟ କରିବାର ସୁଯୋଗ I ଶେଷରେ ରାତି ପ୍ରାୟ 11:20 ମିନିଟରେ ସମସ୍ତେ ଫଟୋ ଉଠାଉ ଥିବାର ସୁଯୋଗ ନେଇ ଚୁପଚାପ ଗିଫ୍ଟ ବ୍ୟାଗକୁ ଧରି ଛୁ ମାରିଛନ୍ତି ଲୁଟେରା I ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଏକ ମଣ୍ଡପରୁ ଏଭଳି ଲୁଟ ହୋଇଛି I ଗତ ଫେବୃୟାରୀ 29ତାରିଖର ଏହି ଘଟଣା I ଧରାପଡିଥିବା ଲୁଟେରାଙ୍କ ନାଁ ନବି ବୋଲି ଜଣାପଡିଛି I ବିଭିନ୍ନ ବିବାହ ଭୋଜିକୁ ଯାଇ ଅତି ଚତୁରତାର ସହିତ ଲୁଟ କରି ଫେରାର ହୋଇଯାଉଛନ୍ତି I ତେବେ ପୁଅ ପକ୍ଷ ଗିଫ୍ଟ ବ୍ୟାଗ ନ ପାଇ ଚୋରୀ ହୋଇଥିବା ଜାଣିପାରି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଲୁଟେରାକୁ ଧରିଛି I

LEAVE A REPLY

Please enter your comment!
Please enter your name here