ଘରୋଇ ୟେସ ବ୍ୟାଙ୍କରେ ଦେବାଳିଆ ସ୍ଥିତି ଦିନକୁ ଦିନ ବଢି ଚାଲିଥିବା ବେଳେ ପୁରୀ ଶ୍ରୀମନ୍ଦିରର ଜମା ଥିବା 545 କୋଟି ଟଙ୍କା କେମିତି ଫେରିବ, ସେଥିନେଇ ଚିନ୍ତା ବଢିବାରେ ଲାଗିଛି I କାହିଁକି ଏବଂ କାହା ସ୍ୱାର୍ଥରେ ଏକ ଘରୋଇ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ରଖାଯାଇଥିଲା, ତାକୁ ନେଇ ସେବାୟତ ଓ ଶ୍ରୀଜଗନ୍ନାଥ ପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି I ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ ଯେଉଁ ଅଧିକାରୀ ନିଷ୍ପତ୍ତି ନେଇଥିଲେ, ତାଙ୍କ ବିରୋଧରେ ପଦକ୍ଷେପ ନେବାକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି I

LEAVE A REPLY

Please enter your comment!
Please enter your name here