ରବିବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦୁଝର ଓ ମୟୁରଭଞ୍ଜ ଗସ୍ତ କରୁଛନ୍ତି. ଏ ନେଇ କେନ୍ଦୁଝର ଓ ମୟୁରଭଞ୍ଜରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି. ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି. ପରେ ମହୁଲଡିହା ପଡିଆରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ଏହାପରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଲାନ୍ୟାସ କରିବେ. ଅନ୍ୟପଟେ କେନ୍ଦୁଝରର ପଣ୍ଡାପଡାରେ ଚାଷୀ ମହାସମାବେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି.

LEAVE A REPLY

Please enter your comment!
Please enter your name here