ଏକଦା ଆମ୍ବଟାକୁଆ ଓ ମଦମୃତ୍ୟୁକୁ ନେଇ ଚର୍ଚ୍ଚିତ ଥିଲା ରାୟଗଡା ଜିଲ୍ଲାର କାଶିପୁର I ଅଭାବ ଅନଟନ ଭିତରେ ଲୋକଙ୍କ ଦୁର୍ଦ୍ଦଶା ଦେଖି ସହି ପାରି ନଥିଲେ ଏହି ଅଂଚଳର ଶିରିଗୁଡା ଗାଁର ସୁମନୀ ଝୋଡିଆ I ଲୋକଙ୍କୁ ଏକାଠି କରି ମଦ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଲେ I ଆଦିବାସୀଙ୍କ ଅଧିକାର ନେଇ ସ୍ବର ଉତ୍ତୋଳନ କଲେ I ପାଠଶାଠ ପଢି ନଥିବା ସୁମନୀଙ୍କ ଏହି ଆନ୍ଦୋଳନର ସ୍ବର କିନ୍ତୁ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଆନ୍ଦୋଳିତ କରିଥିଲା I ସୁମନିଙ୍କୁ ସେ ପୋଲିସ କ୍ଷମତା ପ୍ରଦାନ କରିବା ସହ ଯୋଜନା ବୋର୍ଡର ଉପଦେଷ୍ଟା ଭାବେ ନିଯୁକ୍ତ କରିଥିଲେ I ସତେଇଶ ବର୍ଷ ତଳର ସୁମନିଙ୍କ ଏହି ଆନ୍ଦୋଳନ ଯୋଗୁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀଙ୍କ ଅଧିକାର ନେଇ ଆଇନ ପ୍ରଣୟନ ହୋଇଥିଲା I
ସତେଇଶ ବର୍ଷ ଭିତରେ ବହୁ ଆନ୍ଦୋଳନ କରିଛନ୍ତି ସୁମନି ଝୋଡିଆ I ଏବେ ବି ଆନ୍ଦୋଳନ କରୁଛନ୍ତି I ମଦ ବନ୍ଦ ପାଇଁ ଆନ୍ଦୋଳନ କରୁଛନ୍ତି I ଆଦିବାସୀଙ୍କୁ ଜମି ଦେବା ପାଇଁ ଆନ୍ଦୋଳନ କରୁଛନ୍ତି I ଆଦିବାସୀଙ୍କ ଅଧିକାର ପାଇଁ ଆନ୍ଦୋଳନ କରୁଛନ୍ତି I ମାତ୍ର ବିଜୁଙ୍କ ଭଳି ସୁମନିଙ୍କ ଆନ୍ଦୋଳନ ନବୀନଙ୍କୁ ପ୍ରଭାବିତ କରିପାରିନି I
ଅଧିକାର ପାଇଁ ଆନ୍ଦୋଳନ ଜାରି ରଖିଥିବା ସୁମନି ବୟସର ଅପରାହ୍ନରେ ଥକି ପଡିନାହାଁନ୍ତି I ଅଧିକାର ହାସଲ ପର୍ଯ୍ୟନ୍ତ ସେ ତାଙ୍କ ଲଢେଇ ଜାରି ରଖିବେ I ପାଠଶାଠ ପଢି ନଥିବା ସୁମନି ଝୋଡିଆ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ I
ରିପୋର୍ଟ : ସ୍ମୃତି ରଂଜନ ମହାନ୍ତି

LEAVE A REPLY

Please enter your comment!
Please enter your name here