ଭୁବନେଶ୍ୱର : ଆଜି ଆକାଶ ପରିଷ୍କାର ରହିବା ସହିତ ପାଗ ଶୁଖିଲା ରହିଛି I କିନ୍ତୁ ଆସନ୍ତା କାଲିଠାରୁ ପୁଣି ଫେରିବ ବର୍ଷା I ଆସନ୍ତା 13 ତାରିଖ ଅର୍ଥାତ ଶୁକ୍ରବାର ଯାଏଁ ଏହି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି I ଆସନ୍ତା କାଲିଠାରୁ କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର,ଦେବଗଡ,ମୟୁରଭଞ୍ଜ, କେନ୍ଦୁଝର, ନୂଆପଡା, ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ହେବ I ଏହା ସହ 30ରୁ 40 କିମି ପବନ ବହିବ I ବୁଧବାର ଠାରୁ ବର୍ଷାର ପରିମାଣ ବଢିବ I ଉପରୋକ୍ତ ଜିଲ୍ଲା ସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ସହ ବର୍ଷା ହେବ I ଏ ସବୁ ଜିଲ୍ଲା ଗୁଡିକ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି I 13 ତାରିଖ ସକାଳୁ ପାଗରେ ପରିବର୍ତ୍ତନ ହେବ I

LEAVE A REPLY

Please enter your comment!
Please enter your name here