ରାୟଗଡା : ଗତକାଲି ହୋଲିରେ ରାୟଗଡା ପଦ୍ମପୁରରେ ଏକ ବଡ ଧରଣର ଅଘଟଣ ଘଟିଛି I ଡ୍ୟାମକୁ ଗାଧୋଇବାକୁ ଯାଇଥିବା ସମୟରେ 3ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି I ସୂଚନାମୁତାବକ, ଗତକାଲି ହୋଲି ଖେଳିବା ପରେ ପ୍ରାୟ ଦିନ 12ଟାରେ 3ଜଣ ସାଙ୍ଗ ପଦ୍ମପୁର ବଡନାଳ ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ I ଗାଧୋଇବା ସମୟରେ ପାଣିରେ ବୁଡି 3ଜଣଙ୍କର ମୃତ୍ୟୁ ଘଟିଥିଲା I ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ 2ଜଣ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ I ମୃତକମାନେ ହେଉଛନ୍ତି ପଦ୍ମପୁର ଜେନାସାହିର ସୁରେଶ କୁମାର ଚୌଧୁରୀ, କେ.ଅଭିଷେକ କୁମାର, ଗୁଣୁପୁର ଜିଆଇଇଟି ଛାତ୍ର ବରୁଣ ଆଚାରୀ I ଏହି ଘଟଣାରେ ସମଗ୍ର ପଦ୍ମପୁର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I ତେବେ ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି I

LEAVE A REPLY

Please enter your comment!
Please enter your name here