ମହିଳା ଆଇନଜୀବୀଙ୍କ ସନ୍ଦେହ ଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଦୀପାଳି ପ୍ରିୟଦର୍ଶନୀ ଜେନା। ରାଜଧାନୀ ଉପକଣ୍ଠ ଲିଙ୍ଗିପୁରର ଏକ ଭଡ଼ା ଘରେ ରହୁଥିଲେ ଦୀପାଳି। ଭଡାଘରୁ ଗତକାଲି ରାତିରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ଦୀପାଳି ଓ ତାଙ୍କର ପୁରୁଷ ବନ୍ଧୁ ଘରେ ଥିବା ବେଳେ ସାନ ଭଉଣୀ ବାହାରକୁ ଯାଇଥିଲେ।ରାତିରେ ଦୀପାଳିଙ୍କ ପୁରୁଷ ବନ୍ଧୁ ଫୋନ ଯୋଗେ ଦୀପାଳିଙ୍କ ସାନ ଭଉଣୀଙ୍କୁ କହିଥିଲେ, ତୁମ ଭଉଣୀ ଭିତର ପଟୁ କବାଟ ଦେଇଛନ୍ତି ଡାକିଲେ ବି ଖୋଲୁନାହାନ୍ତି। ଏହି ଖବର ପାଇ ସାନ ଭଉଣୀଙ୍କ ସହ ପରିବାର ଲୋକେ ଆସି ଘର ମଧ୍ୟରୁ ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ଦୀପାଳିଙ୍କ ପୁରୁଷ ବନ୍ଧୁଙ୍କ ପତ୍ତା ମିଳିନି । ଧଉଳି ଥାନା ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here