ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ରସରକାର । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୮୫ଜଣ କରୋନାରେ ଆକ୍ରାନ୍ତ ଥିବାବେଳେ ୨ଜଣ କରୋନାରେ ମୃତ୍ୟୁବରଣ କରିସାରିଲେଣି । ଏହାକୁ ନଜରରେ ରଖି କରୋନାକୁ ଅନୁସୂଚିତ ବିପର୍ଯ୍ୟୟ ଘୋଷଣା କରିଛନ୍ତି କେନ୍ଦ୍ରସରକାର । ଏବେ କରୋନାରେ ମୃତ୍ୟୁବରଣ କଲେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ଏହା ସହ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ।

LEAVE A REPLY

Please enter your comment!
Please enter your name here